ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ମହାପ୍ରସାଦ ରନ୍ଧନ ଶେଷ

ପୁରୀ: ପୁରୀ ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ଚାଲିଥିବା ମହାପ୍ରସାଦ ରନ୍ଧନ ସରିଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ସୁଆର ନିଯୋଗ ସହ ଆଲୋଚନା ପରେ ଦର ନିର୍ଦ୍ଧାରଣ ହେବ ବୋଲି ସେ କହିଛନ୍ତି।

ତେବେ ଏ ନେଇ କୌଣସି ସମୟସୀମା ଧାର୍ଯ୍ୟ ହୋଇନଥିବା ବେଳେ ଖୁବଶୀଘ୍ର ଆନନ୍ଦବଜାରରେ ମହାପ୍ରସାଦ ଦର ତାଲିକା ଲାଗିବ ବୋଲି ସେ କହିଛନ୍ତି।

ସୂଚନା ମୁତାବକ, ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ପାଇଁ କେତେ ଖର୍ଚ୍ଚ ହେବ, ସେ ନେଇ ଦର ନିର୍ଦ୍ଧାରଣ ଲାଗି ଆଜି ପରୀକ୍ଷାମୂଳକ ଭାବେ ଅବଢା ରନ୍ଧନ କରାଯାଇଥିଲା। ଏ ନେଇ ସୁଆର ମହାସୁଆର ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାଲକ୍ଷ୍ମୀ ଭଣ୍ଡାରରୁ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ବିଭିନ୍ନ ସାମଗ୍ରୀର ଦର ସହ ପାଳିଆ, ପୋଛିଆ, ସୂପକାର, ସେବାୟତମାନଙ୍କ ପାଉଣାକୁ ମଧ୍ୟ ବିଚାର କରାଯିବ ବୋଲି ଜଣାପଡିଛି।

You might also like