• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Mahasweta Baral

ବଲାଙ୍ଗିର: ଏବେବି ବଞ୍ଚିଛି ମଧ୍ୟଯୁଗୀୟ ପରମ୍ପରା ଓ ଜାତି ଭେଦଭାବ।  ତାହା ପୁଣି କରୋନା ବିପତ୍ତି ସମୟରେ। ଏଭଳି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ଘଟିଛି। ଜାତି କରି ଫସି ଗଲା ପୂରା ସମାଜ।

ଅଭିଯୋଗ ଅନୁଯାୟୀ, ଗାଁର ଜଣେ ଯୁବକ ମୁମ୍ବାଇରୁ ଫେରି ସଂଗରୋଧ କେନ୍ଦ୍ର ଓ ପରେ ହୋମ୍ କ୍ୱାରେଣ୍ଟିନରେ ଥିଲେ।  ତେବେ ସଂଗରୋଧ କେନ୍ଦ୍ରରେ ଅନ୍ୟ ଜାତି ଲୋକଙ୍କ ସହ ଥିବାରୁ, ତାଙ୍କ ସମାଜ ଲୋକେ, ତାଙ୍କୁ ଗ୍ରହଣ କରିବାକୁ ରାଜି ହୋଇନଥିଲେ ।

ପରମ୍ପରା ଅନୁଯାୟୀ ଜାତି ହୋଇ ଯୁବକଙ୍କର ଚୁଟି କାଟି କ୍ଷର ହୋଇ ପୂଜାର୍ଚ୍ଚନା ପରେ ସମାଜରେ ମିଶିବାକୁ ରାଜି ହୋଇଥିଲେ । ଏହାପରେ ପରମ୍ପରା ଅନୁଯାୟୀ ଯୁବକଙ୍କୁ ଜାତିରେ ମିଶାଇବା ପାଇଁ ଏକ କାର୍ଯ୍ୟକ୍ରମ ହୋଇଥିଲା ।

ଏଥିରେ ଉକ୍ତ ସମାଜ ଲୋକେ ଯୋଗ ଦେଇଥିଲେ।  ପରେ ଯୁବକ ଜଣକ କୋଭିଡ୍ ପଜିଟିଭ ଜଣାପଡ଼ିବା ପରେ, ତାଙ୍କ ସଂସ୍ପର୍ଶରେ ଆସିଥିବାରୁ ଏବେ ପୂରା ସମାଜକୁ ସଂଗରୋଧରେ ରଖିଛି ପ୍ରଶାସନ।

Expensive-to-join-the-caste-everyone-is-in-quarantine
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories