ଭୁବନେଶ୍ୱର : ରାଜ୍ୟରେ ଚାଲିଛି ଏବେ ଖଟିଅା ଅାମ୍ବୁଲାନ୍ସ। ଅସଲି ୧୦୨ କି ୧୦୮ ଅାମ୍ବୁଲାନ୍ସ ଠିକ୍ ସ୍ଥାନରେ ଠିକ୍ ସମୟରେ ପହଞ୍ଚି ପାରୁନି। ତେଣୁ ଲୋକଙ୍କ ଭରସା ପାଲଟିଛି ଖଟିଅା ଅାମ୍ବୁଲାନ୍ସ। ଏମିତି କ ଖବର ଆସିଛି । ଖଟିଅାରେ ଜନ୍ମ ହୋଇଛି ଶିଶୁ କନ୍ୟା।
ବାଲେଶ୍ୱରରେ ଶିଳ୍ପାଞ୍ଚଳ ଥାନା ପୋଖରୀ ସାହିରେ ଏହି ଘଟଣା ଘଟିଛି। ମିନା ସିଂ ନାମକ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ବେଦନା ହେବାରୁ ୧୦୨ ଅାମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା। ରେମୁଣା ହସ୍ପିଟାଲରୁ ଅାସିଥିଲା ୧୦୨ ଅାମ୍ବୁଲାନ୍ସ। କିନ୍ତୁ ଘର ପାଖକୁ ପହଞ୍ଚି ପାରିଲା ନାହିଁ। କାରଣ ରାସ୍ତାରେ ଥିଲା ଅାଣ୍ଠୁଏ କାଦୁଅ। ରାସ୍ତା ବି ଅଣଓସାରିଅା ଥିଲା।
(image) ଶେଷରେ ସେହି ମହିଳାଙ୍କୁ ଖଟିଅାରେ ଅାମ୍ବୁଲାନ୍ସକୁ ଅଣା ଯାଉଥିବା ବେଳେ ସେହି ଖଟିଅାରେ ହିଁ ମହିଳାଙ୍କ ପ୍ରସବ ହୋଇଥିଲା। ଜନ୍ମ ହୋଇଥିଲା ଗୋଟିଏ ଶିଶୁ କନ୍ୟା ପରେ ଅାମ୍ବୁଲାନ୍ସରେ ମହିଳାଙ୍କୁ ରେମୁଣା ହସ୍ପିଟାଲକୁ ଅଣାଯିବା ପରେ ଅାଉ ଏକ ଶିଶୁ କନ୍ୟା ଜନ୍ମ ହୋଇଛି।
ସେହିପରି ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ୨ କିମି ଖଟିଅାରେ ବୁହା ହେବା ପରେ ରାସ୍ତାକଡ଼ରେ ପ୍ରସବ ହୋଇଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଫିସ ଠାରୁ ମାତ୍ର ୨ କି.ମି ଦୂର ବାଗବେଡ଼ା ଗାଁରେ ଘଟିଛି ଏହି ଘଟଣା।
(image) ଗତକାଲି ରାତି ୧୨ଟାରେ ଗାଁର ଲଛଣା ସାନ୍ତାଙ୍କ ସ୍ତ୍ରୀ ହୁଣ୍ଡାଙ୍କୁ ପ୍ରସବ ବେଦନା ଅାରମ୍ଭ ହୋଇଥିଲା। ହେଲେ ରାତିସାରା ବର୍ଷା ହେବାରୁ ଗାଁରୁ ବାହାରିବା ସମ୍ଭବ ହୋଇନଥିଲା। ଭଲ ରାସ୍ତା ନଥିବାରୁ ୫୦୦ ମିଟର ପରେ ଅାମ୍ବୁଲାନ୍ସ ଯାଇନପାରିବାରୁ ଅାଜି ଭୋର ୫ଟାରେ ଗର୍ଭବତୀଙ୍କୁ ଖଟିଅାରେ ବୁହା ହେବା ପରେ ରାସ୍ତାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଉଭୟ ମାଅା ଓ ନବଜାତ ଶିଶୁପୁତ୍ରକୁ ଝରିଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ଉଭୟଙ୍କ ଅବସ୍ଥା ଠିକ୍ ଥିବା ଡାକ୍ତର ସୂଚନା ଦେଇଛନ୍ତି।
Published By: Odishatv Bureau
Last updated: 25 August 2018, 10:32 AM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।