ନିଆଁରେ ପୋଡ଼ି ହୋଇ ଗର୍ଭବତୀ ମହିଳା ଗୁରୁତର

ନୀଳଗିରି : ନିଆଁରେ ପୋଡ଼ି ହୋଇ ଗର୍ଭବତୀ ମହିଳା ଗୁରୁତର ଆହତ। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ସଜନାଗଡ଼ ନୂଆସାହି ଗାଁରେ ନିଆଁରେ ପୋଡ଼ି ହୋଇ ଜଣେ ଗର୍ଭବତୀ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ କୌଶଲ୍ୟା।

ଗତକାଲି ରାତିରେ ସୁରେଶ ମିରିଡିଆଙ୍କ ପତ୍ନୀ କୌଶଲ୍ୟା ଶୀତରୁ ରକ୍ଷା ପାଇବା ପାଇଁ ଚୁଲି ପାଖରେ ବସି ନିଆଁ ପୁଇଁ ହେଉଥିଲେ। ଏହି ସମୟରେ ସେ ଘୋଡ଼ାଇ ହୋଇଥିବା ଚାଦରରେ ଅସାବଧାନତା ବଶତଃ ନିଆଁ ଲାଗି ଯାଇଥିଲା ଏବଂ ସେ ନିଆଁରେ ପୋଡ଼ି ହୋଇ ଯାଇଥିଲେ।

ତାଙ୍କୁ ପ୍ରଥମେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

You might also like