ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ। ଜୟପୁର ଜାତୀୟ ରାଜପଥ ଡିଭିଜନ ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍। ହରେକୃଷ୍ଣ ଆଜି ଲକ୍ଷାଧିକ ଟଙ୍କା ଧରି କାର୍‌ରେ ଯାଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଟିମ୍ ଅଟକାଇ କାର୍‌ ଭିତରୁ ୩ ଲକ୍ଷ ୮୯ ହଜାର ଟଙ୍କା ଜବତ କରିଥିଲା।

ସେହିଭଳି ହରେକୃଷ୍ଣଙ୍କ ଭୁବନେଶ୍ୱରର ନୟାପଲ୍ଲୀ ଘରେ ମଧ୍ୟ ରେଡ୍ ହୋଇଥିବା ବେଳେ ସେଠାରୁ ସାଢ଼େ ୬ ଲକ୍ଷରୁ ଅଧିକ ଟଙ୍କା ମିଳିଛି। ରାଜଧାନୀର ବିଭିନ୍ନ ସ୍ଥାନରେ ହରେକୃଷ୍ଣଙ୍କ ନାଁରେ ୩ଟି ପ୍ଲଟ୍‌ ଥିବା ସୂଚନା ମିଳିଛି।

You might also like