ରଥ ବନ୍ଦ ପାଇଁ ଷଡ଼ଯନ୍ତ୍ର! ଜଗନ୍ନାଥ ଜାଣିବାକୁ ଚାହୁଁଥିଲେ କିଏ କେମିତି

ପୁରୀ: ଭକ୍ତ ଶୂନ୍ୟ ରଥଯାତ୍ରା ସମ୍ଭବ ଯାହା ଏବେ ହେଲା, ଦୁଇ ମାସ ତଳୁ ରାଜ୍ୟ ସରକାରଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ନିଜେ ଗଜପତି ମହାରାଜା। ରଥକୁ ନେଇ କିଛି ଦିନ ତଳେ ସୃଷ୍ଟି ହୋଇଥିବା ଅନିଶ୍ଟିତତା ଦେଖାଦେଇ ନଥାନ୍ତା ହାଇକୋର୍ଟଙ୍କ ଜୁନ୍ ୯ ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ, ରଥଯାତ୍ରା ମାତ୍ର ୧୨ ଦିନ ବାକି ଥିବାବେଳେ ସେ ସମୟରେ ହିଁ ସରକାର ନିଷ୍ପତ୍ତି ନେଇଯିବାର ଥିଲା ବୋଲି କହିଛନ୍ତି ଗଜପତି।

ରଥଯାତ୍ରା ଘନଘଟା ନେଇ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଲେ ଗଜପତି ଦିବ୍ୟସିଂହ ଦେବ। ଓଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଗଜପତି କହିଛନ୍ତି ଯେ ୨ ମାସ ପୂର୍ବରୁ ରଥଯାତ୍ରା ନେଇ ପ୍ରସ୍ତାବ ଦିଆଯାଇଥିଲା। ଏପ୍ରିଲ ୨୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି। ପରିଚାଳନା କମିଟିର ଭାବନା ଚିଠି ଲେଖି ଜଣାଇଥିଲି। ରଥ ନିର୍ମାଣ ହେଉ, ବିନା ଭକ୍ତରେ ରଥଯାତ୍ରା ହେଉ। ଏପ୍ରିଲ ୨୬ରେ ରଥଯାତ୍ରାର ୨ ମାସ ପୂର୍ବରୁ ଏକଥା ଜଣାଇଥିଲି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଜୁନ୍ ୯ ତାରିଖରେ ହାଇକୋର୍ଟଙ୍କ ନିଷ୍ପତ୍ତି ଆସିଲା। ରଥଯାତ୍ରା ନେଇ ହାଇକୋର୍ଟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ। ହାଇକୋର୍ଟଙ୍କ ଜୁନ୍ ୯ ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ, ରଥଯାତ୍ରା ମାତ୍ର ୧୨ ଦିନ ବାକି ଥିବାବେଳେ ସେ ସମୟରେ ହିଁ ସରକାର ନିଷ୍ପତ୍ତି ନେଇଯିବାର ଥିଲା ବୋଲି କହିଛନ୍ତି ଗଜପତି। ସରକାର ନିଷ୍ପତ୍ତି ନେଇପାରିଥାନ୍ତେ, କେଉଁଠି କରିବାନି, ପୁରୀରେ କରିବା। ସବୁ କଟକଣା ମାନି ରଥ ନିଷ୍ପତ୍ତି ନେଇଥିଲେ, ସମସ୍ତେ ଖୁସି ହୋଇଥାନ୍ତେ ବୋଲି କହିଛନ୍ତି।

କିନ୍ତୁ ଏସବୁ ଭିତରେ ରାଜ୍ୟ ସରକାରଙ୍କ ଓକିଲ ସବୁ ବିଗାଡ଼ିଲେ କହିଲେ ଗଜପତି। ସରକାରଙ୍କୁ ଚିଠି ଲେଖିଲେ ବି କେବେ ବି ଡାକି ପଚାରି ନାହାନ୍ତି। ଯେମିତି କାମ କରୁଥିଲେ, ବନ୍ଦ କରିବେ ବୋଲି ସନ୍ଦେହ ହେଲାନି। ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରଥମ ଲାଇନ ପଢ଼ି ଚମକିଲୁ। ପ୍ରତିପକ୍ଷ ଓକିଲ କହିଲେ ୧୦/୧୨ ଲକ୍ଷ ଲୋକଙ୍କ ସମାଗମ ହେବ। ରାଜ୍ୟ ସରକାରଙ୍କ ଓକିଲ ତାକୁ ଗ୍ରହଣ କରିନେଲେ କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାରଙ୍କ ଓକିଲ ହିଁ ସବୁ ବିଗାଡ଼ି ଦେଇଥିବା ସେ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ରାୟ ପରିବର୍ତ୍ତନ ନେଇ ଗଜପତି କହିଛନ୍ତି ଯେ ମୋତେ କିଛି ବାଟ ଦିଶିଲାନି, ସିଙ୍ଗଲ ବେଞ୍ଚ କଣ ୩ ଜଣିଆ ବେଞ୍ଚ ରାୟକୁ ପରିବର୍ତ୍ତନ କରିପାରିବେ? ମହାପ୍ରଭୁ ବୋଧେ ନାଟ ଲଗାଇଲେ।ମାମଲାକୁ ଓଲଟାଇ ପୁଣି ମହାପ୍ରଭୁ ତାକୁ ସିଧା କରିଦେଲେ। ପ୍ରଭୁ ଜାଣିବାକୁ ଚାହୁଁଥିଲେ କିଏ କେମିତିକା ଲୋକ ବୋଲି ଗଜପତି କହିଛନ୍ତି।

ରଥଯାତ୍ରା ସମୟରେ ପରିଚାଳନାକୁ ନେଇ ଗଜପତି କହିଛନ୍ତି ଯେ ଅତ୍ୟନ୍ତ ତରବରିଆ ଭାବେ ସବୁ କାମ ହେଲା। ପରିଚାଳନା କମିଟି ନିଷ୍ପତ୍ତି ମାନିଥିଲେ ଯଥେଷ୍ଟ ସମୟ ମିଳିଥାନ୍ତା। ସରକାର କୋଭିଡ୍ ଗାଇଡଲାଇନକୁ ଭଲରେ କରିପାରିଥାନ୍ତେ। ଶେଷ ମୁହୂର୍ତ୍ତରେ ଅତ୍ୟନ୍ତ ତରବରିଆ ଭାବେ ସବୁ କାମ ହୋଇଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

You might also like