• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୁବର୍ଣ୍ଣପୁର: କରୋନା ବଦଳାଇଦେଲା ସ୍କୁଲର ଚିତ୍ର । ପାର୍କର ଭ୍ରମ ସୃଷ୍ଟି କରୁଛି ସ୍କୁଲ । ଶିକ୍ଷକଙ୍କ ପ୍ରୟାସ କ୍ରମେ ଶିକ୍ଷାନୁଷ୍ଠାନ ଏବେ ପାଲଟି ଯାଇଛି ମନୋରମ ଉଦ୍ୟାନ । ଭଳିକି ଭଳି ଫୁଟ ଫୁଟିଛି, ପନିପରିବା ବି ଫଳିଛି । ସ୍କୁଲ ପାଚେରୀରେ ଅଙ୍କା ହୋଇଛି ଆଖି ଲାଖି ଗଲା ପରି ଚିତ୍ର । ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀ ମାନେ ଶିକ୍ଷାଲାଭ କରିବା ସହିତ ମନୋରମ ପରିବେଶକୁ ଉପଭୋଗ କରି ସଚେତନତାର ବାର୍ତ୍ତା  ପାଇବେ । ପ୍ରଧାନ ଶିକ୍ଷକଙ୍କ ଏହି ପ୍ରୟାସ ପାଇଁ  ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ସାଧାରଣ ଲୋକେ ତାଙ୍କର ଭୁରିଭୁରି ପ୍ରଶଂସା କରୁଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲା ଡୁଗୁଂରିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରର ଦୃଶ୍ୟ ଦେଖିଲେ ଲୋକେ ଘଡ଼ିଏ ଅଟକି ଯାଉଛନ୍ତି । ମୁଖ୍ୟ ଫାଟକଠାରୁ ଆରମ୍ଭ କରି ସ୍କୁଲ ପରିସର ସବୁଜ ବନାନୀରେ ପରିପୂର୍ଣ୍ଣ ହୋଇଛି । କେବଳ ସବୁଜ ବନାନୀ କାହିଁକି ୧୦ ପ୍ରକାରର ପରିବା ଗଛ ସମେତ ୩୦ ପ୍ରକାରର ଫୁଲ ଗଛ ଲଗାଯାଇଛି । ସେହିପରି ସ୍କୁଲର କାନ୍ଥରେ ୱାଲ ପେଟିଂ  ମାଧ୍ୟମରେ ପୁରୀ ମନ୍ଦିର, ଲିଙ୍ଗରାଜ ମନ୍ଦିର, କୋଣାର୍କ, ଲାଲକିଲ୍ଲା ସହିତ ପରିବେଶ ସଚେତନ ପାଇଁ ବିଭିନ୍ନ ପ୍ରକାରର ସଚେତନତାର ବାର୍ତ୍ତା ମଧ୍ୟ ଦିଆଯାଇଛି ।

ପ୍ରଧାନଶିକ୍ଷକ କରମ ଚନ୍ଦ୍ର ବାରିକ କରୋନା କାଳରେ ସମୟର ସଦୁପୋଯୋଗ କରି ବିଦ୍ୟାଳୟର ପରିବେଶକୁ ଅତି ସୁନ୍ଦର କରି ଗଢି ତୋଳିଛନ୍ତି । ତେବେ କେବଳ ପ୍ରଧାନଶିକ୍ଷକ ନୁହେଁ ସ୍କୁଲ କମିଟି, ସରପଞ୍ଚ, ଶିକ୍ଷାବିତମାନେ ଏକତ୍ରୀତ ହୋଇ ତଥା ସରକାରଙ୍କ ମୋ ସ୍କୁଲ ଅଭିଯାନ ସହଯୋଗରେ ବିଦ୍ୟାଳୟର ପରିବେଶକୁ ଏପରି ପାର୍କରେ ପରିଣ୍ତ କରିଛନ୍ତି । ଏହି ସୈାର୍ନ୍ଦଯ୍ୟଭରା ପରିବେଶକୁ ଦେଖି ଏଇ ରାସ୍ତାଦେଇ ଯାଉଥିବା ପଥିକ ମଧ୍ୟ ଘଡିଏ ଅଟକି ଯିବାପାଇଁ ବାଧ୍ୟ ହେଉଛି । ସେହି ରାସ୍ତା ଦେଇ ଯାଉଥିବା ଲୋକେ ସୁନ୍ଦର ସୁନ୍ଦର ଫୁଳ ଗଛ ସହ ସେଲ୍ଫି ନେଉଛନ୍ତି  । ଏଠିକାର ପ୍ରାକୃତିକ ପରିବେଶ ରାସ୍ତାଦେଇ ଯାଉଥିବା ବାଟୋଇଙ୍କୁ ସତରେ ଆନମନା କରିଦେଉଛି ।

କରୋନା ମହାମାରୀ ପାଇଁ ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରିଦେଇଥିଲେ । ଛାତ୍ରଛାତ୍ରୀ ଗୋଟିଏ ବର୍ଷ ହେଲା ସ୍କୁଲକୁ ଆସୁନଥିଲେ । ଆଉ ପ୍ରଧାନ ଶିକ୍ଷକ ହାଡଭଙ୍ଗା ପରିଶ୍ରମ କରି ଦୈନିକ ସ୍କୁଲକୁ ଆସି ଏଇ ମଣିଷ ତିଆରି କାରଖାନାରେ ଏକ ସୁନ୍ଦର ପରିବେଶ ସୃଷ୍ଟି କରିପାରିଛନ୍ତି ।

ସରକାରୀ ସ୍କୁଲ ଗୁଡିକୁ ଘରୋଇ ବିଦ୍ୟାଳୟ ଠାରୁ ଅତ୍ୟଧିକ ସରସ ସୁନ୍ଦର କରିବା ପାଇଁ ସରକାର ଅନେକ ପ୍ରୟାସ କରୁଛନ୍ତି । କିନ୍ତୁ ଅନେକ ସ୍ଥାନରେ ଏହାର ସଫଳ ରୂପାୟନ ଦେଖିବାକୁ ମିଳିପାରିନି ।  ଆଗାମୀ ଦିନରେ ଏହି ମଣିଷ ତିଆରି କାରଖାନାରେ ଛାତ୍ରଛାତ୍ରୀ ମାନେ କେବଳ ନିଜ ପାଠପଢା ସହ ପରିବେଶ ଉପରେ ମଧ୍ୟ ଅନେକ ଶିକ୍ଷାଲାଭ କରିପାରିବେ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ତାହା ଉଚିତ୍ ଦିଗ୍‌ଦର୍ଶନ ଦେବା ସହିତ ସମାଜକୁ ମଧ୍ୟ କିଛି ସନ୍ଦେଶ ଦେବ ।  ଶିକ୍ଷକଙ୍କ ଏହି କାମ ଅନ୍ୟ ସ୍କୁଲର ଶିକ୍ଷକଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି ।

 

 

Exciting-school-environment-in-subarnapur-attracts-students
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories