ମାଲକାନଗିରି: ଧାନ ବିକିବା ଲାଗି ଟୋକେନକୁ ନେଇ ମଣ୍ଡିରେ ଉତ୍ତେଜନା ଦେଖାଦେଇଛି। ମାଲକାନଗିରି କାଲିମେଳା ବ୍ଲକର ଏମ୍.ଭି-୭୯ ଟୋକେନ୍ ବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶତାଧିକ ଚାଷୀ ଏକାଠି ହୋଇ ଟୋକେନ ବ୍ୟବସ୍ଥାକୁ ବିରୋଧ କରିଛନ୍ତି।
ଏହାଛଡ଼ା ମଣ୍ଡିରେ ଦଲାଲମାନଙ୍କ ଧାନ ନିଆଯାଉଥିବାବେଳେ ପ୍ରକୃତ ଚାଷୀଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ ହୋଇଛି। ସମସ୍ୟା ସମାଧାନ ନ ହେଲେ ଆଗାମୀ ଦିନରେ ମଣ୍ଡିକୁ ବନ୍ଦ କରି ଦିଆଯିବ ବୋଲି ଚାଷୀମାନେ କହିଛନ୍ତି। ତେବେ ଟୋକୋନକୁ ନେଇ ଅନେକ ଦିନ ହେବ ଚାଷୀଙ୍କ ମନରେ ଅସନ୍ତୋଷ ରହିଛି, ପ୍ରତିବାଦ ବି ଲଗାତାର ଭାବରେ ହେଉଛି କିନ୍ତୁ ପୁଣି ଥରେ ଟୋକୋନ ବ୍ୟବସ୍ଥାକୁ ନେଇ ତାତିଛନ୍ତି ଚାଷୀ।