ଉଚ୍ଛେଦ ବେଳେ ଉତ୍ତେଜନା

କଟକ : କଟକରେ ସିଏମ୍ସି ପକ୍ଷରୁ ଉଚ୍ଛେଦ ବେଳେ ଉତ୍ତେଜନା । ରାସ୍ତା ଉପରେ ଧାରଣା ଦେଲେ ବସ୍ତି ବାସିନ୍ଦା ଓ ବ୍ୟବସାୟୀ । ଜଗତପୁର ଗୋଲେଇ ଛକରୁ ନିମପୁର ପଡିଆ ଯାଏଁ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରଶସ୍ତିକରଣ କାମ ପାଇଁ ଆଜି ଉଚ୍ଛେଦ କରାଯାଉଥିଲା । ତେବେ ବ୍ୟବସାୟୀ ଓ ଉଠା ଦୋକାନୀ ଦାବି କରିଥିଲେ ଯେ, ପ୍ରଥମେ ଥଇଥାନ ଏବଂ ପରେ ଉଚ୍ଛେଦ କରାଯାଉ  ।

ବ୍ୟବସାୟୀଙ୍କ ପାଇଁ ଭେଣ୍ଡିଂ ଜୋନ୍ କରାଯାଉ  କଟକ ସହରରେ  ଜମି, ଘର ଓ ଦୋକାନ ହରାଇଥିବା ଲୋକଙ୍କୁ ପ୍ରଥମେ ଥଇଥାନ କରାଯାଇ ପରେ ଉଚ୍ଛେଦ କରାଯାଇଥିବା ବେଳେ ଏଠାରେ କାହିଁକି ସରକାର ବଳ ପ୍ରୟୋଗ କରୁଛନ୍ତି ବୋଲି ବ୍ୟବସାୟୀ ପ୍ରଶ୍ନ କରିଥିଲେ  । ସେପଟେ ପ୍ରଶାସନର ବୁଝାସୁଝା ପରେ ଧାରଣାରୁ ହଟିଛନ୍ତି ବ୍ୟବସାୟୀ ଏବଂ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି ।

You might also like