ଖସିଗଲା ପୁଅ, ମା’କୁ ଧରିଲା ପୁଲିସ୍‌

ବାଲେଶ୍ୱର: ପୁଲିସ୍‌ ହାତରୁ ଖସିଗଲା କୁଖ୍ୟାତ ଡ୍ରଗ୍ସ ମାଫିଆ ମୁନ୍ନା ଖାଁ ଓରଫ ମିର୍ ରାହତ ଅଲ୍ଲୀ ଖାଁ। ଆଜି ସକାଳେ କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ଅବକାରୀ ବିଭାଗ ଓ ବାଲେଶ୍ୱର ପୁଲିସ୍‌ ମିଳିତ ଭାବେ ଜଳେଶ୍ୱରର ଶାସନବାଡ଼ ଗାଁ ସ୍ଥିତ ମୁନ୍ନାର ଘର ଉପରେ ଚଢ଼ଉ କରିଥିଲା। ହେଲେ ଏହି ସମୟରେ ଚତୁରତାର ସହ ମୁନ୍ନା ଖସି ଯାଇଥିଲା। ତେବେ ତା’ ମାଆଙ୍କୁ ଗିରଫ କରାଯାଇଛି।

ଏଥିସହ ମୁନ୍ନା ଘରୁ ୩୧୦ ଗ୍ରାମ ବ୍ରାଉନ୍‌ସୁଗର୍‌ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୩୧ ଲକ୍ଷ ଟଙ୍କାର ହେବ ବୋଲି କୁହାଯାଇଛି।

ସୂଚନା ଅନୁଯାୟୀ, ମୁନ୍ନା ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶାରେ ଡ୍ରଗ୍ସ ସିଣ୍ଡିକେଟ୍ ଚଳାଇ ‌ଆସୁଛି। ବାଂଲାଦେଶରୁ ବ୍ରାଉନ୍‌ସୁଗର୍‌ ଆଣି ସେ ଅନ୍ୟ ବ୍ୟବସାୟୀଙ୍କୁ ଯୋଗାଇଥାଏ। ତା’ ନାଁରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ୪୦ରୁ ଅଧିକ ମାମଲା ରହିଛି।

ଆହୁରି ପଢ଼ନ୍ତୁ

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

You might also like