ପୁଲିସ୍‌-ଅପରାଧୀ ମଧ୍ୟରେ ଗୁଳି ବିନିମୟ

ଜୟପୁର: ଜୟପୁରରେ ପୁଲିସ୍‌-ଅପରାଧୀ ମଧ୍ୟରେ ଗୁଳି ବିନିମୟ। ପାଓ୍ୱାର ହାଉସ୍ ଛକରୁ ଜୟନଗର ମଧ୍ୟରେ ପାଟ୍ରୋଲିଂ ବେଳେ ଗତକାଲି ବିଳମ୍ବିତ ରାତିରେ ଏହି ଗୁଳି ବିନିମୟ ହୋଇଛି।

ସୂଚନା ଅନୁସାରେ ଏକ ଗଞ୍ଜେଇ ଚାଲାଣ ଗାଡିକୁ ଏସ୍‌କୋର୍ଟ (ସୁରକ୍ଷା) ଦେବା ନେଇ ଦୁଇଜଣ ଯୁବକ ବାଇକ୍‌ରେ ଯାଉଥିଲେ। ତେବେ ରାସ୍ତାରେ ପୁଲିସ୍‌ ପାଟ୍ରୋଲିଂ ଗାଡିକୁ ଦେଖି ଦୁର୍ବୃତ୍ତମାନେ ପୁଲିସ୍‌ ଉପରକୁ ଗୁଳି ଚଲାଇଥିଲେ। ଯାହାର ପାଲଟା ଜବାବରେ ପୁଲିସ୍‌ ଦୁର୍ବୃତ୍ତଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା।

ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନି। ତେବେ ଘଟଣାସ୍ଥଳରୁ ଅପରାଧୀ ଚମ୍ପଟ ମାରିଛନ୍ତି।

ଅନ୍ୟପଟେ, ପୁଲିସ୍‌ ଘଟଣାସ୍ଥଳରୁ ଏକ ଖୋକାକୁ ଜବତ କରିବା ସହ ଏନେଇ ଏକ ମାମଲା ରୁଜୁ କରି ଅପରାଧୀକୁ ଧରିବା ପାଇଁ ଛାନ୍‌ଭିନ୍‌ ଆରମ୍ଭ କରିଛି।

You might also like