ପୁଲିସ୍‌ ଗୁଳିରେ ଅପରାଧୀ ଜୟ ପ୍ରଧାନ ଆହତ

ପୁଲିସ୍‌-ଅପରାଧୀ ମୁହାଁମୁହିଁ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟରେ ଏନ୍‌କାଉଣ୍ଟର ହୋଇଛି । ଚାଙ୍ଗୁଡ଼ିଦେଇ ପାହାଡ଼ ନିକଟରେ ହୋଇଥିବା ଏହି ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ପ୍ରଧାନ ଆହତ ହୋଇଛି। ଜୟ ପ୍ରଧାନର ଗୋଡ଼ରେ ଗୁଳି ବାଜିଛି। ଏହା ପରେ ତାକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ପୁଲିସ୍‌ ଜୟ ପ୍ରଧାନ ପାଖରୁ ଦେଶୀ ପିସ୍ତଲ୍ ଓ ବୋମା ଜବତ କରିଛି। ଅପରାଧୀ ସହିତ ପୁଲିସ୍‌ର ମୁହାଁମୁହିଁ ବେଳେ ଦିଗପହଣ୍ଡି ଥାନାର ଆଇଆଇସିଙ୍କ ସହିତ ୩ ଜଣ ଆହତ ମଧ୍ୟ ହୋଇଛନ୍ତି। ଅପରାଧୀ ଜୟ ପ୍ରଧାନ ନାଁରେ ୨୦ରୁ ଅଧିକ ମାମଲା ରହିଛି।

You might also like