ପୁରୀ ସଦର ଡାକ୍ତରଖାନାରେ ଶିଶୁ ବଦଳକୁ ନେଇ ଉତ୍ତେଜନା

ପୁରୀ: ପୁରୀ ସଦର ଡାକ୍ତରଖାନାର ଏସ୍‌ଏନ୍‌ସିୟୁରେ ନବଜାତ ବଦଳ ଓ ନିଖୋଜ ଅଭିଯୋଗ ଆସିଛି।  ଏସ୍‌ଏନ୍‌ସିୟୁରେ ଚିକିତ୍ସାଧିନ ଶିଶୁଙ୍କୁ ସ୍ତନ୍ୟପାନ କରିବାକୁ ଯିବା ବେଳେ ନିଜ ଶିଶୁକୁ ମାଆ ପାଇ ନଥିଲେ। ପରେ ଘଟଣାକୁ ନେଇ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା। ସେହିପରି ଅନ୍ୟଜଣେ ନବଜାତର ବାପା ମଧ୍ୟ ଏସ୍‌ଏନ୍‌ସିୟୁରେ ନିଜର ଶିଶୁକୁ ପାଇନଥିବା ଅଭିଯୋଗ କରିଛନ୍ତି।

ନିଜ ଶିଶୁକୁ ନପାଇ ଜଣେ ମାଆ ଅନ୍ୟ ଶିଶୁକୁ ସ୍ତନ୍ୟପାନ କରାଇଥିବା ମଧ୍ୟ କହିଛନ୍ତି। ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏଭଳି ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ମଧ୍ୟ ଆସିଛି। ତେବେ କିଛି ସମୟ ପାଇଁ ଶିଶୁ ଗାଏବ ହୋଇଯିବା ଘଟଣାର ତଦନ୍ତ କରିଛି ପୋଲିସ। ଦୁଇ ଶିଶୁଙ୍କ ନାଁ ଏକା ହୋଇଥିବାରୁ ଏଭଳି ସ୍ଥିତି ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଅନ୍ୟପଟେ ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ପୁରୀ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

You might also like