ଅସ୍ତ୍ରୋପଚାର କରି ଅଜଗର ଆଖିରୁ ପରଳ ହଟାଇଲେ ଓୟୁଏଟି ଡାକ୍ତର

ଭୁବନେଶ୍ୱର: ବାଙ୍କିରୁ ଉଦ୍ଧାର ହୋଇଥିବା ଏକ ଅଜଗର ସାପର ଆଖିରେ ଅସ୍ତ୍ରୋପଚାର କରାଯାଇଛି।  ଭୁବନେଶ୍ୱର ଓୟୁଏଟିରେ ଏହି ଅସ୍ତ୍ରୋପଚାର କରାଯାଇଛି । ଅସୁବିଧା ଯୋଗୁଁ ସାପଟି କାତି ଛଡାଇ ପାରି ନ ଥିଲା। ଫଳରେ  କାତି ପାକଳ ହୋଇ ଆଖି ଉପରେ ପରଳ ଭାବେ ରହିଥିଲା ।

ଏଥିଯୋଗୁଁ ସାପଟି ଠିକ ଭାବେ ଚଳପ୍ରଚଳ କରିପାରୁ ନଥିଲା ।ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ସାପର ମୁହଁରେ ଟେପ୍ ବାନ୍ଧି ଦେଇଥିଲେ॥ ଫଳରେ ସାପର ଆଖିରେ କ୍ଷତ ସୃଷ୍ଟି ହୋଇଥିଲା। ଏନେଇ ଖବର ପାଇବା ପରେ ସାପଟିକୁ ଉଦ୍ଧାର କରାଯାଇଥିଲା।

ଅପରେସନ ପରେ ସାପଟି ସୁସ୍ଥ ରହିଛି। ତେବେ ଆଉ ୧୫ଦିନ ତାର ସ୍ୱାସ୍ଥ୍ୟାବସ୍ଥା ଉପରେ ଉପରେ ନଜର ରଖାଯିବ ବୋଲି  ଓୟୁଏଟି ପକ୍ଷରୁ କୁହାଯାଇଛି।

You might also like