ବିଧବା ବୋହୂର ଦ୍ୱିତୀୟ ବିବାହ କରାଇ ଉଦହାରଣ ରଚିଲେ କମଳଲୋଚନ

ନବରଙ୍ଗପୁର:ବଧୂ ହତ୍ୟା, ବଧୂ ନିର୍ଯାତନା ଖବର ଆମେ ପ୍ରତ୍ୟେକ ଦିନ ଖବରକାଗଜ, ଟିଭିରେ ପଢୁଛେ। ହେଲେ ‘ବୋହୂ ବି ଘରର ଝିଅଟିଏ’ ଏପରି ଭାବୁଥିବା ଲୋକ ବି  ଦୁନିଆରେ କମ୍‌ ନାହାନ୍ତି । ନିକଟରେ ଅନଗୁଳର ଏମିତି ଏକ ପରିବାରର କଥା କହିଥିଲୁ, ଯିଏ ପୁଅର ମୃତ୍ୟୁ ପରେ ବୋହୂକୁ ଝିଅ ପରି ରଖିଥିଲେ ଆଉ ଶେଷରେ ଝିଅ ପରି ତାଙ୍କର ଦ୍ୱିତୀୟ ବିବାହ କରାଇଥିଲେ।

ଏବେ ନବରଙ୍ଗପୁରରେ ଏମିତି ଏକ ପରିବାରର କଥା କହିବୁ ଯିଏ ବୋହୂକୁ ଝିଅଠାରୁ ଅଧିକ ନିଜର କରି ରଖିଥିଲେ।  ଜିଲ୍ଲାର ଜଣେ ଲୋକ ପ୍ରତିନିଧି କମଳ ଲୋଚନ ମାଝୀ। ତାଙ୍କର ଏକମାତ୍ର ପୁଅ ଲଳିତ ମାଝୀ ପୋଲିସ ବିଭାଗରେ ଏସପିଓ ଭାବେ କାର୍ଯ୍ୟ କରୁଥିଲେ l ୭ ବର୍ଷ ତଳେ ସେ ପାପଡାହାଣ୍ଡି ବ୍ଲକ ଜଟାବାଲ୍ ପଂଚାୟତର ବାରିଗୁଡା ଗ୍ରାମର କମଳସାଏ ଭତରାଙ୍କ ଝିଅ ନଇନାଙ୍କୁ ବିବାହ କରିଥିଲେ । ବିବାହର ବର୍ଷେ ପରେ ସେମାନଙ୍କର  ପୁଅଟିଏ ହୋଇଥିଲା ।

ଧୂମ୍‌ଧାମରେ ପୁଅର ନାମକରଣ ଉତ୍ସବ ନେଇ ପରିବାର ନିଷ୍ପତି ନେଇଥିଲେ କମଳ ଲୋଚନ। ହେଲେ ବିଧିର ବିଧାନ ଥିଲା ଅଲଗା । ପୁଅର ନାମକରଣ ଉତ୍ସବ ନିମନ୍ତ୍ରଣ ପାଇଁ ପ୍ରସ୍ତୁତି ଚାଲିଥିଲା।  ୨୨।୮।୧୩ତାରିଖରେ ଲଳିତ ଜନ୍ମଦିନ କାର୍ଡ ଦେବାକୁ ଯାଉଥିଲେ ଶ୍ୱଶୁର ଘରକୁ । ବାଟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ l ତାଙ୍କର ଆକସ୍ମିକ ମୃତ୍ୟୁରେ ବାକି ରହିଗଲା ପୁଅର ନାମକରଣ ଉତ୍ସବ l ଅଧାରେ ଅଟକି ଗଲା ବୋହୂ ନଇନାଙ୍କ ସଂସାରର ଚକ।

ବୋହୂ ଓ ନାତିର ଚିନ୍ତାରେ ବୁଡି ରହିଥିଲେ ଶ୍ୱଶୁର କମଳ ଲୋଚନ। ଶେଷରେ ନିଷ୍ପତ୍ତି ନେଲେ ବୋହୂକୁ ଅନ୍ୟତ୍ର ବିବାହ ଦେବେ। ଶେଷରେ ଜଣ ସମ୍ପର୍କୀୟ ଯୁବକ ସହ ପାରମ୍ପାରିକ ରୀତିନୀତିରେ ଗତ ମେ ୨୬ ତାରିଖରେ ବିବାହ ସମ୍ପନ୍ନ କରାଇ ସମାଜ ପାଇଁ ଉଦାହରଣ ସାଜିଛନ୍ତି।

ଆହୁରି ପଢ଼ନ୍ତୁ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

You might also like