କଣ୍ଟେନମେଣ୍ଟ ଜୋନ୍ ବ୍ୟତିତ ସବୁଠି ଅର୍ଥନୈତିକ କାର୍ଯ୍ୟ ଚାଲିପାରିବ

ଭୁବନେଶ୍ୱର: ଲକ୍‌ଡାଉନ କଟକଣା ବେଳେ ଶ୍ରମିକ, ଦିନ ମଜୁରିଆଙ୍କ ଜୀବନ ଜୀବିକା ଯେମିତି ପ୍ରଭାବିତ ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର।

ବର୍ତ୍ତମାନର କଠିନ ସମୟରେ ସେମାନଙ୍କ ଜୀବନ ଓ ଜୀବିକା ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ସନ୍ତୁଳନ ବି ଜରୁରୀ। ଜୀବନ ଯୁଦ୍ଧରେ ଜୀବିକା ଯେମିତି ବିପନ୍ନ ନହୁଏ ସେଥିପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

କଣ୍ଟେନମେଣ୍ଟ ଜୋନ୍ ବ୍ୟତିତ ସବୁଠି ଅର୍ଥନୈତିକ କାର୍ଯ୍ୟ ଚାଲିପାରିବ ବୋଲି ଆଜି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା।

କୃଷି ଶିଳ୍ପ, କ୍ଷୁଦ୍ର ଶିଳ୍ପ, ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି। ରେଡ୍ ଜୋନର ସହରାଞ୍ଚଳରେ ନିର୍ମାଣ କାମ ଉପରେ କିଛି କଟକଣା ଅଛି।

ଜୀବିକାକୁ ଆଉ ଥରେ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଏସଆରସି। ଶ୍ରମିକମାନଙ୍କ ଯାଆସ ସୁବିଧା ପାଇଁ ବସ ଚଳାଚଳକୁ ଅନୁମତି ଦିଆଯାଇଛି। ଏହା ସହ ଗାଁ ଗାଁରେ ଲାଗିଥିବା ବ୍ୟାରିକେଡକୁ ବେଆଇନ ବୋଲି କହିଛନ୍ତି SRC।

ଆହୁରି ପଢ଼ନ୍ତୁ

ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

ଅକ୍ଟୋବରରୁ ୫୦% କର୍ମଚାରୀରେ ଚାଲିବ ଅଫିସ

ଉପନିର୍ବାଚନ ପାଇଁ ସରକାରଙ୍କ ତତ୍ପରତା; ଭୋଟର୍‌ଙ୍କୁ ଟାଣିବାକୁ ପ୍ରତିଶ୍ରୁତି ପର୍ବ ଆରମ୍ଭ

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ; ତଦନ୍ତରେ ଶିଥିଳତାକୁ ନେଇ ଅସନ୍ତୋଷ ହାଇକୋର୍ଟ

ବିରୋଧୀଙ୍କ ବିରୋଧ ସତ୍ତ୍ୱେ ଓଡ଼ିଶା ସଂକ୍ରାମକ ରୋଗ ସଂଶୋଧନ ବିଲ୍ ପାରିତ

ଦିନକରେ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ

ଅନୁସୂଚିତ ଜାତିଙ୍କ ଜମି ହଡ଼ପ ଅଭିଯୋଗ ଆଣିଲେ ପ୍ରଦୀପ ମାଝୀ

ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ବିରୋଧରେ ABVP ଛାତ୍ରଙ୍କ ବିକ୍ଷୋଭ

ଭୁବନେଶ୍ୱରର ଏହି ସ୍ଥାନରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ

କୋଭିଡ-୧୯ ପରିଚାଳନା ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍

ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା କେତେ ହେବ ? ଶୁଣାଣି ୯କୁ ଘୁଞ୍ଚିଲା

ଲଘୁଚାପ ସମ୍ଭାବନା; ଏହି ସବୁ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା

You might also like