ଭୁବନେଶ୍ୱର: ଓସିଏର ପୂର୍ବତନ ,ସମ୍ପାଦକ ଆଶୀର୍ବାଦ ବେହେରା ଅସୁସ୍ଥ ହୋଇପଡ଼ିଛନ୍ତି। ଆଶୀର୍ବାଦଙ୍କୁ ଝାରପଡ଼ା ଜେଲରୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଛି। ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି ଆଶୀର୍ବାଦ।
ସୂଚନା ଅନୁଯାୟୀ, ଭୁବନେଶ୍ୱର ସିବିଆଇ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେବାରୁ ଗୁରୁବାର ତାଙ୍କୁ ଝାରପଡ଼ା ଜେଲକୁ ପଠାଯାଇଥିଲା। ଅର୍ଥତତ୍ତ୍ୱ (ଏଟି) ଚିଟ୍ଫଣ୍ଡ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଏଥିସହ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି।
ଗୁରୁବାର ସକାଳେ ପାଖାପାଖି ୧୦ରୁ ୧୨ଜଣିଆ ସିବିଆଇ ଟିମ୍ ଆଶୀର୍ବାଦଙ୍କ ଘରେ ରେଡ୍ କରିଥିଲେ। ପୂର୍ବରୁ ତାଙ୍କ ନାମରେ ଚାର୍ଜଶିଟ୍ ଦାଖଲ କରିଥିଲା ସିବିଆଇ।