କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ
ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ଯୋଗଦେବେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ। ପିସିସି ସଭାପତିଙ୍କୁ ଚିଠି ଲେଖି ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିବା ଜଣାଇଛନ୍ତି।
ଦଳୀୟ କର୍ମୀ ଏବଂ ପଞ୍ଚାୟତସ୍ତରୀୟ କିଛି ନେତାଙ୍କ ସହ ସେ ବିଜେଡିରେ ଯୋଗଦେବେ। ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଦଳ ଛାଡ଼ିଥିବା କହୁଥିଲେ ହେଁ, କଂଗ୍ରେସର ସ୍ଥାନୀୟ ନେତୃତ୍ୱରେ ଅସନ୍ତୁଷ୍ଟ ଥିଲେ ବୋଲି ଚର୍ଚ୍ଚା ହେଉଛି। ତେବେ ଏନେଇ କଂଗ୍ରେସର କୌଣସି ପ୍ରତିକ୍ରିୟା ମିଳିପାରିନି। ଦୁଷ୍ମନ୍ତ ୨୦୦୯ରୁ ୧୪ ମସିହା ପର୍ଯ୍ୟନ୍ତ ଭବାନୀପାଟଣା ସଦର ବିଧାୟକ ଥିଲେ।