ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସନାତନ ବିଶିଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସନାତନ ବିଶିଙ୍କର ଆଜି ପରଲୋକ ହୋଇଯାଇଛି। ସମ୍ବଲପୁର ହୀରାକୁଦ କଲୋନୀ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।  କିଛିଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ।

ତାଙ୍କ ଚିକିତ୍ସା ଚାଲିଥିବାବେଳେ ଆଜି ସକାଳୁ ପରଲୋକ ହୋଇଯାଇଛି । ସନାତନ ୧୯୯୪ରୁ ୨୦୦୦ ମସିହା ଯାଏ ରାଜ୍ୟସଭା ସଦସ୍ୟ ଥିଲେ । ୨୦୦୦ ମସିହାରେ ବିଜେଡି ପକ୍ଷରୁ ସମ୍ବଲପୁର ରେଢ଼ାଖୋଲ ଆସନରୁ ବିଜୟୀ ହୋଇଥିଲେ। ଏହାପରେ ପୁଣି ୨୦୦୪ ନିର୍ବାଚନରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସନାତନ । ୨୦୦୮ ମସିହାରୁ ସେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।

ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

You might also like