• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଜୟପୁର ( ଗୌରୀ ଶଙ୍କର) : ଘରକୁ ଫେରିଲେ ପୂର୍ବତନ ବିଜେଡି କାଉନସିଲର ତଥା ଆଇନଜୀବୀ ଆରତୀ ମିଶ୍ର।  ଦୀର୍ଘ ୩୨ ଦିନ ପରେ ଆରତୀ ଘରେ ପହଞ୍ଚିବା ପରେ ପୁଅ ଝିଅ ଓ ସ୍ୱାମୀଙ୍କ ସମେତ ପରିବାର ଲୋକ ବେଶ୍ ଖୁସି ହୋଇଥିଲେ।

ଆରତୀ ଘରକୁ ଫେରିବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ ପାରିବାରିକ ଅସନ୍ତୋଷକୁ ସମ୍ଭାଳି ନପାରି ସେ ଏପରି ନିଖୋଜ ସହ ଏକ ସୁଇସାଇଡାଲ୍ ନୋଟ ଲେଖି ଚାଲିଯାଇଥିଲେ। ଏବଂ ଏତେଦିନ ଯାଏ ସେ ପୁରୀସ୍ଥିତ ଏକ ମଠରେ ଥିବା କହିଛନ୍ତି।

ସୂଚନା ମୁତାବକ, ଗତ ଜୁଲାଇ ୮ ତାରିଖରେ ବ୍ୟକ୍ତିଗତ କାର୍ଯ୍ୟରେ ଭୁବନେଶ୍ୱର ଯିବା ପାଇଁ ବାହାରିଥିଲେ ଆରତୀ। ସ୍ୱାମୀ ତାଙ୍କୁ ଟ୍ରେନରେ ବସାଇ ଆସିଥିଲେ, ହେଲେ ସକାଳୁ ଆରତୀ ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିନଥିବା ଖବର ପାଇଥିଲେ ଘରଲୋକେ। ଏପରିକି ଫୋନ ମାଧ୍ୟମରେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେବି ଆରତୀ ତାଙ୍କ ଫୋନ ଘରେ ଛାଡି ଚାଲିଯାଇଥିଲେ। ଶେଷରେ କୌଣସି ଖୋଜଖବର ନମିଳିବାରୁ ଆରତୀଙ୍କ ସ୍ୱାମୀ ମନୋଜ ମିଶ୍ର ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୁଲିସ୍ ପକ୍ଷରୁ ଏକ ଟିମ୍ ଗଠନ କରି ଖୋଜାଖୋଜି କରାଯାଇଥିଲା।

Ex-bjd-councilor-returned-home-after-32-days
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories