• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପୁରୀ(ମଧୁସୂଦନ ମିଶ୍ର) ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉନ୍ନତିକରଣ ଯୋଜନାରେ ପୁରୀରେ ଜାରି ରହିଛି ଉଚ୍ଛେଦ କାର୍ଯ୍ୟ। ଆଜି ସିଂହଦ୍ୱାର ସମ୍ମୁଖ ରାଧାବଲ୍ଲଭ ମଠର ଉଚ୍ଛେଦ କରାଯାଉଛି। ଆଜି ସକାଳୁ ଆରମ୍ଭ ହୋଇଛି ଏହି ପ୍ରକ୍ରିୟା। ଶ୍ରୀଜଗନ୍ନାଥ କରିଡରର ୭୫ ମିଟର ଭିତରେ ଏହି ମଠ ରହିଥିବାର ଉନ୍ନତିକରଣ ପାଇଁ ଏହାର ଉଚ୍ଛେଦ ଆବଶ୍ୟକତା ଥିଲା ବୋଲି କୁହାଯାଇଛି। ରାଧାବଲ୍ଲଭ ମଠର ପ୍ରାୟ ୯ ମିଟର ଅଞ୍ଚଳର ଏହି ପ୍ରକଳ୍ପ ପରିଧି ଭିତରେ ଆସୁଛି। ଆଉ ଏହାରି ଭିତରେ ରହିଛି ୧୩ଟି ଦୋକାନ ଗୃହ।

ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ୧୭୩୭ ମସିହାରେ ରାଧାବଲ୍ଲଭ ମଠ ପ୍ରତିଷ୍ଠା କରାଯାଇଥିଲା ବୋଲି ସୂଚନା ରହିଛି । ସେ ସମୟରେ ଲାଲା ସେବକରାମ୍ ମଠର ମହନ୍ତଙ୍କୁ ଗାଦିରେ ବସାଇଥିଲେ ନିମ୍ବାକ ସଂପ୍ରଦାୟର ଲୋକ। ଏବେ ଏହି ମଠରେ ରାଧାବଲ୍ଲଭ, ରାଧାରାଣୀ, ମଦନ ମୋହନ, ମାଧବ, ଶ୍ରୀଦେବୀ, ଲକ୍ଷ୍ମୀ ନୃସିଂହ ଓ ଅନ୍ୟାନ୍ୟ ଦେବାଦେବୀ ପୂଜା ପାଉଛନ୍ତି। ଶ୍ରୀମନ୍ଦିର ସହ ୪୪ ପ୍ରକାର ସେବାରେ ଜଡିତ ରାଧାବଲ୍ଲଭ ମଠରେ ସୂର୍ଯ୍ୟୋଦୟ ଠାରୁ ଆରମ୍ଭ କରି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ  ନାମ ସଂକୀର୍ତ୍ତନ କରାଯାଉଛି।

ତେବେ ଶ୍ରୀ ରାଧାବଳ୍ଲଭ ମଠ ସହ ଅଙ୍ଗାଅଙ୍ଗି ସମ୍ପର୍କ ରହିଛି ଶ୍ରୀମନ୍ଦିରର। ପ୍ରଶାସନ ପକ୍ଷରୁ ମଠର କେଉଁ କେଉଁ ସ୍ଥାନ ଭଙ୍ଗାଯିବ ସେନେଇ ହଳଦିଆ ଚିହ୍ନ ମଧ୍ୟ ଦିଆଯାଇଛି। ଏହି ମଠରେ ବର୍ତ୍ତମାନ ସମୟରେ ୧୩ ଟି ଦୋକାନ ଗୃହ ରହିବା ସହ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ରହିଛି। ଏହାସହ ମଠରେ ଥିବା କବାଟ ବହୁ ପ୍ରାଚୀନ ରହିଥିବାରୁ ଏହାକୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯିବ ବୋଲି ସୂଚନା ରହିଛି।

ସେପଟେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ପୁରୀ ଉପଜିଲ୍ଲାପାଳ। ସେ କହିଛନ୍ତି ଯେ, ୭୫ ମିଟର ପରିଧି ମଧ୍ୟରେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ପ୍ରଶାସନର ନିଷ୍ପତ୍ତି ଅନୁସାରେ ସବୁ କାମ ଚାଲିଛି। ଯେଉଁ ସ୍ଥାନ ମାର୍କିଂ କରାଯାଇଛି କେବଳ ସେହି ସ୍ଥାନ ଭଙ୍ଗାଯାଉଛି ବୋଲି ଉପଜିଲ୍ଲାପାଳ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସ୍ଥାନ ଅତ୍ୟନ୍ତ ସଂକୀର୍ଣ୍ଣ ଥିଲା। ଶ୍ରୀଜିଉଙ୍କ ବିଭିନ୍ନ ଯାତ୍ରା ସମୟରେ ଲକ୍ଷାଧିକ ଲୋକଙ୍କର ପୁରୀକୁ ସମାଗମ ହେଉଛି। ତେଣୁ କିପରି ଭାବରେ ବିନା କୌଣସି ଅସୁବିଧାରେ ଭଗବାନଙ୍କ ଦର୍ଶନ ହୋଇପାରିବ ସେନେଇ ସରକାର କାମ କରୁଛନ୍ତି। ଭକ୍ତଙ୍କ ଦର୍ଶନକୁ ସୁବିଧା ଓ ସୁନ୍ଦର କରିବାକୁ ଏ ସମସ୍ତ ଯୋଜନା ବୋଲି କହିଛନ୍ତି ଉପଜିଲ୍ଲାପାଳ। ପୂରା ସୁରକ୍ଷା ମଧ୍ୟରେ ଆଜି ଉଚ୍ଛେଦ କାର୍ଯ୍ୟ ଚାଲିଥିବା ଦେଖିବାକୁ  ମିଳିଛି।

Eviction-drive-underway-around-srimandir-in-puri-for-heritage-corridor-project
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories