ଭୁବନେଶ୍ୱର: ବାତ୍ୟା ‘ଫୋନି’ ଯିବାର ୧୦ ଦିନରୁ ଅଧିକ ଦିନ ବିତି ଯାଇଥିଲେ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ଏବେବି ସ୍ୱାଭାବିକ ଅବସ୍ଥା ଫେରି ନାହିଁ। ସବୁ ଅଞ୍ଚଳକୁ ବିଦ୍ୟୁତ୍କୁ ସଂଯୋଗ ହୋଇନଥିବା ବେଳେ ଏସବୁକୁ ନେଇ ଲୋକେ ଧୈର୍ଯ୍ୟ ହରା ହୋଇଗଲେଣି।
ଯେଉଁ ଅଞ୍ଚଳରେ ବିଦ୍ୟୁତ୍ ଆସିନାହିଁ, ସେଠାକାର ଲୋକଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ଏପରିକି ସେମାନେ ରାଜରାସ୍ତାକୁ ମଧ୍ୟ ଓହ୍ଲାଇଲେଣି।
ତୁରନ୍ତ ବିଦ୍ୟୁତ୍ ଯୋଗାଇ ଦେବା ଦାବିରେ ଗତକାଲି ଅପରାହ୍ନରେ ଭୁବନେଶ୍ୱର ଜାଭିୟର ଛକ ନିକଟରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ରାସ୍ତାରୋକ ଯୋଗୁ ବହୁ ସମୟ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
https://youtu.be/Yae65dtb8U8