• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ‘ଈଶ୍ଵରଙ୍କ ସୃଷ୍ଟିରେ ସମସ୍ତେ ସକ୍ଷମ। ଅକ୍ଷମ, ଭିନ୍ନକ୍ଷମ ବା ଅସହାୟ କେହି ବି ନୁହନ୍ତି। ସମସ୍ତେ ତାଙ୍କର ସନ୍ତାନ। ପରସ୍ପର ପ୍ରତି ମାନସିକ, ଶାରିରୀକ ଓ ଆର୍ଥିକ ସହଯୋଗର ହାତ ବଢାଇଲେ ସୁସ୍ଥ ସମାଜଟିଏ ଗଢିଉଠିବ। ଏଥିପାଇଁ ସମସ୍ତେ ପ୍ରୟାସ କରିବା ନିତାନ୍ତ ଆବଶ୍ୟକ।’ ଦିବ୍ୟାଙ୍ଗମାନଙ୍କୁ ସହାୟତାର ହାତ ବଢାଇବା ସହ ତାଙ୍କ ଉଦ୍ଦେଶ୍ୟରେ ଏପରି ମର୍ମସ୍ପର୍ଶୀ କଥା କହି ସେମାନଙ୍କ ମନୋବଳ ବଢାଇଥିଲେ ଏସେଲ୍‌ ଲେଡିଜ୍ କ୍ଲବ୍ ସମ୍ପାଦିକା ନୀରା ସିଂ।

ନୟଗଡ଼ ଜିଲ୍ଲା ଶରଣକୁଳ, ବାଉଁଶିଆ ଗ୍ରାମରେ ରହିଛି  ଦିବ୍ୟାଙ୍ଗ ସେବାଶ୍ରମ ‘ଆଶ୍ରୟ'। ଆଶ୍ରୟରେ ଅଛନ୍ତି ୨୦ରୁ ୨୫ ଜଣ ଦିବ୍ୟାଙ୍ଗ। କିଏ ଦୃଷ୍ଟିହୀନ ତ କେହି କେହି ଚାଲିବାକୁ ଅକ୍ଷମ। ତଥାପି ତାଙ୍କ ଭିତରେ  ‘ଆଶ୍ରୟ' ଭରି ଦେଇଛି ଆତ୍ମବିଶ୍ୱାସ, କିଛି କରି ଦେଖାଇବାର ଅଦମ୍ୟ ଇଚ୍ଛା। ଏହି ଦିବ୍ୟାଙ୍ଗମାନେ ପାଲା ପରିବେଷଣ କରିପାରୁଛନ୍ତି, ଗୀତ ଗାଉଛନ୍ତି। କେହି କେହି ‘ଆଶ୍ରୟ' ପରିସରରେ ଗଛ ଲଗାଇ ତା‘ର ସେବା ଯତ୍ନ କରୁଛନ୍ତି। ଆଉ କେହି କିଚେନ ଗାର୍ଡେନରେ ବ୍ୟସ୍ତ ରୁହନ୍ତି। କେହି କେହି ‘ଆଶ୍ରୟ'ରେ କୁଲା, ବାଉଁଶିଆ, ମାଣ ପରି ନିତ୍ୟ ବୃବହୃତ ଜିନିଷ ତିଆରି କରୁଛନ୍ତି।

ଆଦିତ୍ୟ ବିରଳା ଗ୍ରୁପ୍‌ର ଏସେଲ୍‌ ଲେଡିଜ୍ କ୍ଲବ୍, ବଡ଼ବିଲ ତରଫରୁ ଏକ ସଭାର ଆୟୋଜନ କରାଯାଇଥିଲା। କ୍ଲବ୍ର ପ୍ରେସିଡେଣ୍ଟ ଶ୍ରୀମତୀ ବନ୍ଦନା ପଣ୍ଡା ଓ ଆଶ୍ରମର ପ୍ରତିଷ୍ଠତା ତଥା ମୁଖ୍ୟ ନିର୍ଦ୍ଦେଶକ ଶ୍ରୀ ଲୋକନାଥ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାଵଧାନରେ ଆଶ୍ରମରେ ରହୁଥିବା ୩୫ ଜଣ ବୃଦ୍ଧା ୨୦ ଜଣ ବୄଦ୍ଧ ଓ ୨୫ ଜଣ ଭିନ୍ନକ୍ଷମ ଅନ୍ତେବାସୀଙ୍କୁ ବସ୍ତ୍ର, ଖାଦ୍ୟ, ପଢ଼ା ସାମଗ୍ରୀ ସହ ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଏ ସେଲ଼ ଲେଡିଜ୍ କ୍ଲବର ସମ୍ପାଦିକା ଶ୍ରୀମତୀ ନୀରା ସିଂ ଓ କ୍ଲବର ଅନ୍ୟାନ୍ୟ କାର୍ଯ୍ୟକାରୀ ମଣ୍ଡଳୀ ସବିତା ପୁରୋହିତ, ମିତା ସାହୁ, ଅନୁପୂର୍ଣ୍ଣା ମହାପାତ୍ର ଓ ପ୍ରସନ୍ନ ମହାପାତ୍ର ପ୍ରମୁଖ ଯୋଗଦେଇ ଥିଲେ । ଭିନ୍ନକ୍ଷମଙ୍କ ଉଦ୍ଦେଶ୍ୟରେ ଶ୍ରୀମତୀ ବନ୍ଦନା ପଣ୍ଡା ନିଜର ଏକ ମର୍ମସ୍ପର୍ଶୀ କବିତା ପଢ଼ିଥିଲେ।

ଏକ ସ୍ନେହ ଶ୍ରଦ୍ଧାର ଆସର ଭିତରେ ଅନ୍ତେବାସୀମାନେ ଖୁସିର ସହ ସେମାନଙ୍କୁ ବିଦାୟ ଦେଇଥିଲେ। ଶ୍ରୀ ଲୋକନାଥ ଦାସଙ୍କର ଏହି ସୁଦୃଢ ମନୋବଳ ଓ ଉତ୍ତମ କାର୍ଯ୍ୟକୁ ସମସ୍ତେ ଭୂରି ଭୂରି ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ସେଠାକାର କର୍ମଚାରୀ ଓ ଅନ୍ତେବାସୀ ମାନଙ୍କ ଦ୍ୱାରା ଦାସକାଠିଆ, ଭଜନ ନୃତ୍ୟ ଇତ୍ୟାଦି ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସେବାଶ୍ରମର
ପ୍ରଫୁଲ୍ଲ ନାୟକ, ଅନୀଲ୍ ପ୍ରଧାନ, ଭିକାରୀ ସ୍ଵାଇଁ, କୃଷ୍ଣଚନ୍ଦ୍ର ମହାପାତ୍ର, ରମେଶ କୁମାର ମହାପାତ୍ର, ରାମକୃଷ୍ଣ ମହାରଣା, ଶଙ୍କର ପ୍ରଧାନ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Essel-ladies-group-have-donated-money-to-physically-disabled-persons
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories