• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଆଠଗଡ଼  : ଆଠଗଡ଼ ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟ କେନ୍ଦ୍ର ବାହାରେ ପ୍ରସୂତୀଙ୍କ ଅଧା ପ୍ରସବ ଘଟଣାରେ ଆରମ୍ଭ ହେଲା ତଦନ୍ତ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୪ ଜଣିଆ ଟିମ୍ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। କଟକ ସିଡିଏମ୍ଓ ବିଭୁତି ଭୂଷଣ ନାୟକଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମେଡିକାଲ୍‌ରେ ଥିବା ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି।

ମେଡିକାଲ୍‌ରେ ତାଲା କାହିଁକି ପଡ଼ିଲା, ଦାୟିତ୍ୱରେ ଥିବା ଡାକ୍ତରଙ୍କ ସମ୍ପର୍କରେ ପଚରାଉଚରା ହୋଇଛି। ଗତକାଲି ଖମାର ନୂଆଗାଁର ଜଣେ ପ୍ରସୂତି କଟକ ଜିଲ୍ଲା ଆଠଗଡ଼ ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। ତେବେ ଡାକ୍ତରଖାନା ବନ୍ଦ ଥିବାରୁ ସେବା ନପାଇ ଡାକ୍ତରଖାନା ପରିସରରେ ସନ୍ତାନ ପ୍ରସବ କରିବା ଏବଂ ଚିକିତ୍ସା ନପାଇ ଶିଶୁଟିର ମୃତ୍ୟୁ ହେବା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ଘଟଣାକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ସହ ସମସ୍ତ କର୍ମଚାରୀଙ୍କୁ ଏଠାରୁ ବଦଳି କରିବାକୁ ସିଡିଏମ୍ଓଙ୍କୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

ଉତ୍ତେଜନା ଦେଖାଦେବାରୁ  ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା।  ଘଟଣା ସମ୍ପର୍କରେ ଖବର ପ୍ରସାରଣ ପରେ ଗତକାଲି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ।

Enquiry-starts-in-gurudijhatia-community-health-centre
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories