କଂଗ୍ରେସରେ ମିଶିଲେ ପଞ୍ଚାନନ କାନୁନଗୋ

ଭୁବନେଶ୍ୱର : ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱରସ୍ଥିତ ତମାଣ୍ଡୋ ମିନି ଷ୍ଟାଡ଼ିୟମରେ ଆୟୋଜିତ ବିଶାଳ ଜନସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ରାଜ୍ୟର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ତାଙ୍କ ସହ କଳହାଣ୍ଡି ଜିଲ୍ଲାର ବିଜେପି ନେତା ଅନୀଲ ସିଂହଦେଓ ଓ ରାଜସ୍ଥାନର ପୂର୍ବତନ ବରିଷ୍ଠ ପ୍ରଶାସକ ଜେ.ସି.ମହାନ୍ତି ସାମିଲ ହୋଇଛନ୍ତି।

ପଞ୍ଚାନନ ଓ ଅନୀଲଙ୍କ ମିଶ୍ରଣ ଦ୍ୱାରା କଂଗ୍ରେସ ସାଂଗଠନିକ କଳେବର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

You might also like