ପୁଣି ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌!

ଭୁବନେଶ୍ୱର: ପୁଣି ଭାଇରାଲ୍‌ ହେଲା ମାଟ୍ରିକ୍‌ ପରୀକ୍ଷାର ପ୍ରଶ୍ନପତ୍ର। ମାଟ୍ରିକ୍‌ ପରୀକ୍ଷାର ଆଜି ଦ୍ୱିତୀୟ ଦିନରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲାରୁ ଏହି ଅଭିଯୋଗ ଆସିଛି।

ସୋଶାଲ୍‌ ମିଡିଆରେ ଇଂରାଜୀ ପ୍ରଶ୍ନପତ୍ରର ଫଟୋ ଘୁରି ବୁଲୁଛି। ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ହିଁ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ପ୍ରଥମ ଦିନରେ ମଧ୍ୟ ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା।

ତାର ପୁନରାବୃତ୍ତି ଯେପରି ନ ହେବ, ସେନେଇ ବ୍ୟବସ୍ଥା କରାଯିବ ବୋର୍ଡ ବୋଲି କହିଥିଲା। ତଥାପି ପ୍ରଶ୍ନପତ୍ର ଭାଇରାଲ୍‌କୁ ରୋକା ଯାଇ ପାରି ନାହିଁ।

You might also like