ଭୁବନେଶ୍ୱର ସାଇ ଇଣ୍ଟର୍ନ୍ୟାସ୍ନାଲ୍ ସ୍କୁଲ୍ ବୁଲିଲା ଇଂଲଣ୍ଡ ହକି ଟିମ୍
ଭୁବନେଶ୍ୱର: ଭୁବନେଶ୍ୱରର ସାଇ ଇଣ୍ଟର୍ନ୍ୟାସ୍ନାଲ୍ ସ୍କୁଲ୍ ବୁଲିଲା ଇଂଲଣ୍ଡ ହକି ଟିମ୍। ସ୍କୁଲ୍ କ୍ୟାମ୍ପସ୍ରେ ଇଂଲଣ୍ଡ ଖେଳାଳିଙ୍କୁ ପାରମ୍ପରିକ ଶୈଳୀରେ ଓଡ଼ିଶୀ ନୃତ୍ୟର ତାଳେ ତାଳେ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ଏନ୍ସିସି ଛାତ୍ରଛାତ୍ରୀ ଇନ୍ଦ୍ରପ୍ରସ୍ଥ ଅଡିଟୋରିୟମ୍କୁ ପାଛୋଟି ନେଇଥିଲେ।
ଏହି ଅବସରରେ ଇଂଲଣ୍ଡ ହକି ଟିମ୍ର ଅଧିନାୟକ ସମସ୍ତ ଖେଳାଳିଙ୍କ ପରିଚୟ କରାଇଥିଲେ। ସାଇ ସ୍କୁଲ୍ର ଛାତ୍ରଛାତ୍ରୀଙ୍କ ସହ ବେଶ୍ କିଛି ସମୟ କଟାଇଥିଲେ ଇଂଲଣ୍ଡ ଖେଳାଳି। ଏହି ଅବସରରେ ସାଇ ସ୍କୁଲ ଟିମ୍ ଓ ଇଂଲଣ୍ଡ ଟିମ୍ ମଧ୍ୟରେ ଏକ ଫ୍ରେଣ୍ଡଲି ମ୍ୟାଚ ଅନୁଷ୍ଠିତ ହୋଇଥିଲା।