ଗାଡ଼ି ଚୋରି ରାକେଟର ମାଷ୍ଟରମାଇଣ୍ଡ ଇଂଜିନିୟରିଂ ଛାତ୍ର ଗିରଫ
କେନ୍ଦ୍ରାପଡା: ଗାଡି ଚୋରି ରାକେଟ ଗ୍ୟାଙ୍ଗର ପର୍ଦ୍ଦାଫାସ। CCTV ସହାୟତାରେ କେନ୍ଦ୍ରାପଡା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ୨୫ଟି ବାଇକ୍ ଜବତ କରିବା ସହ ୫ ଜଣକୁ ଧରିଛି ପୋଲିସ। ଏହି ଗାଡ଼ି ଚୋରି ରାକେଟର ମାଷ୍ଟରମାଇଣ୍ଡ ଜଣେ ଇଂଜିନିୟରିଂ ଛାତ୍ର।
ସୂଚନା ଅନୁସାରେ କେନ୍ଦ୍ରାପଡା ଟାଉନ ଓ ସଦର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଏମାନେ ଗାଡ଼ି ଚୋରି କରିଥିବା କେନ୍ଦ୍ରାପଡା ଏସ୍ପି ସୂଚନା ଦେଇଛନ୍ତି। ମାଷ୍ଟର ଚାବି ମାଧ୍ୟମରେ B tech ଛାତ୍ର ଅଭିଜିତ ଜେନା ଓ ତାର ସହଯୋଗୀ ପୃଥିବୀ ରାଜ୍ ଚୋରି କରି ଲଷ୍ମୀନାରାୟଣପୁର ସ୍ଥିତ ଗ୍ୟାରେଜ ମାଲିକ ଗୌତମ ସାହୁଙ୍କୁ ହସ୍ତାନ୍ତର କରୁଥିଲେ।
୨୫ଟି ଜବତ ଗାଡିରୁ ୧୫ଟି ଗାଡି ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ୫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା କେନ୍ଦ୍ରାପଡା ଏସ୍ପି ନୀତି ଶେଖର ସୂଚନା ଦେଇଛନ୍ତି। ଏହି ଚୋରି ଲକ୍ଡାଉନ୍ ଓ ସଟ୍ଡାଉନ ସମୟର ସୁଯୋଗ ନେଇ ଏସ୍ପି ସୂଚନା ଦେଇଛନ୍ତି। ଚୋରି କରିବା ସମୟରେ cctvର ନଜର ରହିଥିବ, ବୋଧହୁଏ ଏମାନେ ଭୁଲିଯାଇଥିଲେ।