ପୁରୀରେ ଏନ୍‌କାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ଦିବାନା ଆହତ

ପୁରୀ: ପୁରୀରେ ଏନ୍‌କାଉଣ୍ଟର। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୩୦ ମିନିଟ୍‌ରେ ନବକଳେବର ରୋଡ୍ ଆଶ୍ରମ ଛକରେ ଏହି ଏନ୍‌କାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଦିବାନା ବେହେରା ଆହତ ହୋଇଛି।

ଦିବାନା ସୁପାରି ନେଇ ହତ୍ୟା କରିବାକୁ ପ୍ରସ୍ତୁତ ହେଉଥିବା ଖବର ପାଇ ପୁଲିସ୍‌ ଖୋଜୁଥିବା ବେଳେ ନବକଳେବର ରୋଡ୍ ଆଶ୍ରମ ଛକରେ ତାକୁ ପାଇଥିଲା। ଏହି ସମୟରେ ସେ ପୁଲିସ୍‌କୁ ଦେଖି ଗୁଳି ଚଳାଇଥିଲା। ଫଳରେ ପୁଲିସ୍‌ ଦିବାନାକୁ ଏନ୍‌କାଉଣ୍ଟର କରିଥିଲା।

ଦିବାନା ଗୁଳିରେ ବାସେଳିସାହି ଥାନା ଆଇଆଇସି ଆହତ ହୋଇଥିବା ସୂଚନା ମିଳିଛି।

ଦିବାନାର ଡାହାଣ ଗୋଡ଼ ଆଣ୍ଠୁ ତଳେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ତା’ ନିକଟରୁ ଗୋଟିଏ ପିସ୍ତଲ, ଅଫୁଟା ଗୁଳି ଓ ବାଇକ୍ ଜବତ ହୋଇଛି। ଦିବାନା ନାଁରେ ବିଭିନ୍ନ ଥାନାରେ ୨୬ଟି ମାମଲା ରହିଛି। ସେ ମୋଷ୍ଟ୍‌ ୱାଣ୍ଟେଡ୍‌ ଲିଷ୍ଟରେ ମଧ୍ୟ ଥିଲା। ତା’ର ଘର ଗୋଖା ସାହି ମାଟିତୋଟା ଅଞ୍ଚଳରେ।

ଆହୁରି ପଢ଼ନ୍ତୁ

ନଷ୍ଟ ହେଲେ ବା ହଜିଗଲେ ପୁଣି ମିଳିବ ଏସଏଲସି

ଏଠି ଏକ ସମ୍ବେଦନହୀନ ସରକାର ଚାଲିଛି- ଧର୍ମେନ୍ଦ୍ର

୪ ଦିନ ପରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ !

ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍‌ଲିଂ କାରଖାନା

କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

You might also like