ପିପିଲିରେ ଏନକାଉଣ୍ଟର

ପୁରୀ : ପିପିଲି ନିମାପଡ଼ା ତାରକାଜ ଛକ ନିକଟରେ ଏନକାଉଣ୍ଟର। ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ଭାଗିରଥୀ ପ୍ରଧାନ ଓରଫ ଭାଗୁ ଗୁରୁତର ଆହତ ହୋଇଛି। ତା ଗୋଡ଼ରେ ଗୁଳି ବାଜିଛି। ଭାଗୁକୁ ଚିକିତ୍ସା ପାଇଁ ପ୍ରଥମେ ପିପିଲି ମେଡିକାଲକୁ ନିଆଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି।

ଭାଗୁ ନାଁରେ ଅନେକ ଅପରାଧିକ ମାମଲା ରହିଛି। ତାଠାରୁ ଗୋଟିଏ ମଟର ସାଇକେଲ, ପିସ୍ତଲ ଓ ଗୁଳି ଜବତ ହୋଇଛି।

You might also like