BMCରେ ଚାକିରି କରାଇ ଦେବେ କହି ୫ ଲକ୍ଷ ଲୁଟି ନେଲେ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ BMC ରେ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ୫ ଲକ୍ଷ ଲୁଟି ନେଇଛନ୍ତି। ଏପରି ଅଭିଯୋଗ ଆସିଛି  ନୟାଗଡ଼ ଜିଲ୍ଲା ଶରଣକୁଳ ଥାନାରୁ ।

ଅଭିଯୋଗକାରିଣୀ ମୋନାଲି ପ୍ରିୟଦର୍ଶିନୀ କହିଛନ୍ତି, BMC ରେ ଚାକିରି କରାଇ ଦେବାର ଲୋଭ ଦେଖାଇ ତାଙ୍କ ସାଙ୍ଗ ଅଭିଜିତ ପ୍ରଥମେ ୨ ଲକ୍ଷ ଟଙ୍କା ନେଇଥିଲା । ପରେ ସାନ ଭାଇ ଓ ଅନ୍ୟ କେତେକଙ୍କୁ ମଧ୍ୟ ଚାକିରି କରାଇ ଦେବାକୁ କହି ସେମାନଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ନେଇ ଯାଇଥିଲା ଅଭିଜିତ ।

ଏପରିକି ଡାକ ଜରିଆରେ ଜାଲ୍ ନିଯୁକ୍ତିପତ୍ର ମଧ୍ୟ ପଠାଇଥିଲା । କିଛି ଦିନ ପରେ ମୋନାଲି ଜାଣି ପାରିଥିଲେ ଯେ, ସେ ଠକେଇର ଶିକାର ହୋଇଛନ୍ତି । ଏହା ପରେ ଅଭିଜିତକୁ ଧରି ପୋଲିସ ଜିମାରେ ଦେଇଛନ୍ତି । ଅଭିଯୁକ୍ତ ସ୍ୱୀକାର କରିଛି ସେ ନିଜେ ନିଯୁକ୍ତି ପତ୍ର ତିଆରି କରି ଜାଲିଆତି କରିଛି।

ଆହୁରି ପଢ଼ନ୍ତୁ

You might also like