ଏବେ ମଦ ପିଇ ଅଫିସ୍ ଆସିଲେ ଚାକିରି ଯିବ

ଭୁବନେଶ୍ୱର: ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ବିଧାନସଭାରେ ହେବ ସ୍ୱତନ୍ତ୍ର ପ୍ରକୋଷ୍ଠ। ସମସ୍ତ ବିଧାୟକ ଓ ସାଂସଦ ସେମାନଙ୍କ ଅଞ୍ଚଳର ଲୋକଙ୍କ ସୁବିଧା ଓ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ବୁଝିବେ।

କରୋନା ମୁକାବିଲା ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହ ରାଜ୍ୟ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଲୋଚନା କରିବା ଏହି ସୂଚନା ଦେଇଛନ୍ତି।

ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକ ଓ ଲୋକଙ୍କୁ ଉଦ୍ଧାର ପାଇଁ ସେହି ରାଜ୍ୟର ବାଚସ୍ପତି ଏବଂ ସରକାରଙ୍କୁ ଏନେଇ ଅବଗତ କରାଯିବ।

ଚାପ ସୃଷ୍ଟି କରାଯାଇ ଲୋକଙ୍କୁ କିଭଳି ଫେରାଇ ଅଣାଯିବ ସେ ନେଇ ଚେଷ୍ଟା କରାଯିବ ବୋଲି ସୂର୍ଯ୍ୟ ପାତ୍ର ସୂଚନା ଦେଇଛନ୍ତି।  ଆଜି କରୋନା ମୁକାବିଲା ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହ ସବୁ ରାଜ୍ୟର ବାଚସ୍ପତି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି।

ଅନ୍ୟପଟେ ମଦ ପିଇ କୌଣସି କର୍ମଚାରୀ ଅଫିସ୍‌ ଆସିଲେ ସେମାନଙ୍କ ଚାକିରି ଯିବ। ଏହା ସହ ବିଧାନସଭା ପରିସରରେ ପାନ, ସିଗାରେଟ, ଛେପ ପକାଇବା ଉପରେ କଟକଣା ଲଗାଇଛନ୍ତି ବାଚସ୍ପତି। ଲୋକସଭା ବାଚସ୍ପତିଙ୍କ ସହ ଭିଡିଓ କନଫରେନସିଂ ପରେ ସେ ଏହି ସୂଚନା ଦେଇଛନ୍ତି।

You might also like