ନୀଳଗିରିରେ ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିର ତିନିକୋଶିଆ ଅଞ୍ଚଳରେ ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ। ଝାଡ଼ଖଣ୍ଡର ଦଲମା ଜଙ୍ଗଲରୁ ଆସିଥିବା ୫୮ଟି ହାତୀ କ୍ଷେତରେ ପଶି ଧାନ ଖାଇବା ସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି।

ଗତ ୫ଦିନ ହେଲା ତିନିକୋଶିଆ ଅଞ୍ଚଳରେ ଏହି ହାତୀ ପଲ ଉପଦ୍ରବ ଚଳାଇଛନ୍ତି। ଫଳରେ ଭୟରେ ଲୋକେ କେଉଁଠି ମଞ୍ଚା ଉପରେ ତ କେଉଁଠି ନିଆଁ ଜାଳି ରାତି କଟାଉଛନ୍ତି। ବନ କର୍ମଚାରୀ ଗ୍ରାମବାସୀଙ୍କ ସହ ମିଶି ଲାଇଟ୍‌ ଓ ବାଣ ସାହାଯ୍ୟରେ ହାତୀ ଘଉଡ଼ାଇବାକୁ ଚେଷ୍ଟା ଚଳାଇଛନ୍ତି।

ହାତୀ ଭୟରେ ଲୋକେ କ୍ଷେତରୁ ଧାନ କାଟି ନେଉଛନ୍ତି। ହାତୀ ଦ୍ୱାରା ହେଉଥିବା କ୍ଷତି ବାବଦକୁ ପ୍ରଶାସନ ଯାହା ଦେଉଛି ତାହା ସମୁଦ୍ରକୁ ସଙ୍ଖେ ବୋଲି ଲୋକେ କହିଛନ୍ତି। ଅନ୍ୟପଟେ ବନ କର୍ମଚାରୀ ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ଘଟଣା ସ୍ଥଳରେ ୧ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

 

You might also like