ହାତୀଙ୍କ ଅାତଙ୍କରାଜ

କେନ୍ଦୁଝର  : କେନ୍ଦୁଝର ବନଖଣ୍ଡରେ ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ। ଖାଦ୍ୟ ଅନ୍ୱେଷଣରେ ୧୬୦ରୁ ଉର୍ଦ୍ଧ୍ୱ ହାତୀ ଅାସି କେନ୍ଦୁଝର ବନଖଣ୍ଡରେ ଅାତଙ୍କରାଜ ଚଳାଇଛନ୍ତି। ସେ ମଧ୍ୟରୁ ଚମ୍ପୁଅା ରେଞ୍ଜରେ ୬୮ଟି ହାତୀ ଅଛନ୍ତି ।

ମାଲଦା, ଦୁବୁନା, ମିରିଗିସିଂଗା, ଟୁନଟୁନା ଅାଦି ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିବା ସହ ଜନବସତି ଅାଡକୁ ମାଡ଼ି ଅାସୁଛନ୍ତି। ଫଳରେ ସ୍ଥାନୀୟ ଲୋକେ ଅାତଙ୍କିତ ଅବସ୍ଥାରେ ଅଛନ୍ତି। ସେପଟେ ହାତୀ ଘଉଡ଼ାଇବା ଲାଗି ବନ ବିଭାଗ ପକ୍ଷରୁ ୧୬ଟି ସ୍କ୍ୱାଡ ଗଠନ କରାଯାଇଥିବା  DFO ସୂଚନା ଦେଇଛନ୍ତି।

 

You might also like