ପାଚେରି ଭାଙ୍ଗି ସେବାଶ୍ରମରେ ପଶିଲେ ହାତୀପଲ

ସହର ମୁହାଁ ଗଜରାଜ

ମୟୂରଭଞ୍ଜ: ଗଜରାଜ ଏବେ ସହର ମୁହାଁ ହୋଇଛନ୍ତି। ମୟୂରଭଞ୍ଜ କରଞ୍ଜିଆରେ ଥିବା ବିଶ୍ୱବନ୍ଧୁ ସେବାଶ୍ରମର ପାଚେରି ଭାଙ୍ଗି ହାତୀପଲ ଭିତରେ ପଶିଛନ୍ତି।

ହାତୀପଲ ସେବାଶ୍ରମର ଦୁଇଟି ଘରକୁ ଭାଙ୍ଗିବା ସହ ରୋଷେଇ ଘର କାନ୍ଥ ଭାଙ୍ଗି ପ୍ରବଳ ଉତ୍ପାତ କରିଛନ୍ତି। ଚାଉଳ ସହ ରୋଷେଇ ସାମଗ୍ରୀ ମଧ୍ୟ ସେମାନେ ଖାଇଯାଇଛନ୍ତି।

ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ୨୨ଟି ହାତୀ ସେବାଶ୍ରମ ଭିତରେ ପଶିଥିଲେ। ତେବେ ଅନ୍ତେବାସୀଙ୍କର କୌଣସି କ୍ଷୟକ୍ଷତି ହୋଇନଥବା ସୂଚନା ମିଳିଛି।

You might also like