ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ତାମଡ଼ା ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। କୁନ୍ଦିପୋଷ, ବଡ଼ପୋଷ, କେଲ ଓ ଖୁଟୁଗାଁ ଅଞ୍ଚଳରେ ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି।

ହାତୀ ଉପଦ୍ରବ ଯୋଗୁ ପରିବା ଚାଷ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। କୁନ୍ଦିପୋଷ ଅଞ୍ଚଳରେ ହାତୀ ରହିଥିବା ସନ୍ଦେହ କରାଯାଉଛି।  ହାତୀ ରହିଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ସେପଟେ ବନବିଭାଗ ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେଇଛି।

ଏଥିସହ ହାତୀକୁ ଜଙ୍ଗଲ ମଧ୍ୟକୁ ଘଉଡ଼ାଇବାକୁ ଉଦ୍ୟମ କରାଯିବ ବୋଲି ବନ ଅଧିକାରୀ କହିଛନ୍ତି।

 

You might also like