ମେଡିକାଲ ପରିସରରେ ବୁଲିଲେ ହାତୀ

ଖୋର୍ଦ୍ଧା: ନିଜ ବାସସ୍ଥାନ ଛାଡ଼ି ଏବେ ସହର ମୁହାଁ ହେଉଛନ୍ତି ହାତୀ। ଖାଲି ସହର ମୁହାଁ ନୁହେଁ, ଏଥର  ମେଡିକାଲ ଭିତରେ ପଶି ଯାଇଛନ୍ତି । ପାଚେରୀ ଭାଙ୍ଗି ହାତୀ ମେଡିକାଲ ପରିସର ଭିତରେ ପଶିଯିବା ପରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।

ଏଭଳି ଘଟଣା ଘଟିଛି ଗତକାଲି ବିଳମ୍ବିତ ରାତିରେ। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଚେରୀ ଭାଙ୍ଗି ଭିତରକୁ ପଶି ଆସିଥିଲେ ୨ଟି ହାତୀ । ସେତିକି ନୁହେଁ, ମେଡିକାଲରେ ପଶି ଉତ୍ପାତ ମଚାଇଥିଲେ। ରୋଗୀ, ରୋଗୀଙ୍କ ସମ୍ପର୍କୀୟ ତଥା ମେଡିକାଲ କର୍ମଚାରୀ ଭୟଭୀତ ହୋଇ ଯାଇଥିଲେ।

ପରେ ବନବିଭାଗ ଖବର ପାଇ ହାତୀଙ୍କୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲା। ବନ ବିଭାଗ କର୍ମଚାରୀଙ୍କ  ପ୍ରୟାସ ପରେ ୨ଟି ହାତୀଙ୍କୁ ନିକଟ ଜଙ୍ଗଲକୁ ଘଉଡ଼ାଯାଇଥିଲା ।

ସୂଚନାଥାଉ କି, କାଇପଦର ଗାଁ ଜଙ୍ଗଲରେ ୨୫ରୁ ଊର୍ଦ୍ଧ୍ୱ ହାତୀ ଥିବା ଗାଁ ଲୋକେ ପୂର୍ବରୁ ସୂଚନା ଦେଇଥିଲେ।  ସେମାନଙ୍କ ମଧ୍ୟରୁ ଦୁଇଟି ହାତୀ ସହର ମଧ୍ୟ ଚାଲି ଆସିଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

‘ଓଡ଼ିଶାରେ କରୋନା ରି-ଇନ୍‌ଫେକ୍‌ସନ୍ ହେଉଛି ’

You might also like