କାନ୍ଥ ଭାଙ୍ଗି ହାତୀ ଘରେ ପଶିଗଲା, ଦଳିଦେଲା

ସମ୍ବଲପୁର: ଘର ଭିତରେ ପଶିଗଲା ହାତୀ। ଜିନିଷ ପତ୍ର ଦଳିଚକଟି ନଷ୍ଟ କରବା ସହ  ଦଳିଦେଲା ଆଈ ଓ ନାବାଳିକା ନାତୁଣୀଙ୍କୁ। ଏପରି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ।

ଆଜି ସକାଳୁ ସକାଳୁ ସ୍ଥାନୀୟ କୁଲଗାଁ ଭିତରକୁ ପଶି ଆସିଥିଲା ହାତୀ । ସମସ୍ତେ ଶୋଇଥିଲେ। ହଠାତ୍‌ ହାତୀଟି ଗାଁର ଉର୍ମିଳା ମିର୍ଦ୍ଧାଙ୍କ ଘରର କାନ୍ଥ ଭାଙ୍ଗି ପଶିଗଲା।  ଘର ଭିତରେ ଥିଲେ ଉର୍ମିଳା, ତାଙ୍କ ସ୍ୱାମୀ ଓ ନାବାଳିକା ନାତୁଣୀ ରଶ୍ମୀତା ମାଝି । ହାତୀ ଆକ୍ରମଣରୁ ଏମାନେ ବର୍ତ୍ତିପାରି ନ ଥିଲେ।

ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ବୁର୍ଲା ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ଉର୍ମିଳା ଓ ତାଙ୍କ ନାତୁଣୀ ରଶ୍ମୀତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିପରି ହାତୀ ଆକ୍ରମଣରେ ଉର୍ମିଳାଙ୍କ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି। ବୁର୍ଲା ବଡ଼ ଡାକ୍ତରଖାନାରେ  ଚିକିତ୍ସାଧୀନ ଅଛନ୍ତି।  ବନ ବିଭାଗ ଓ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଖୋଲତାଡ଼ କରୁଛି।

ସୂଚନାଯୋଗ୍ୟ, ମୃତ ରଶ୍ମିତା ଅଜା ଘରେ ରହି ପାଠ ପଢ଼ୁଥିଲେ।

 

You might also like