ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ଗଞ୍ଜାମ: ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ଚୁଡଙ୍ଗପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିନ୍ତାଖାଲି ଗାଁରେ ଏହି ଘଟଣା ଘଟିଛି।

ମୃତ ଚାଷୀଙ୍କ ନାମ ଆର୍ ଜୁରିଆ ପାତ୍ର। ସେ ବିଲକୁ ଫସଲ ଦେଖିବାକୁ ଯାଇଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ।

ବନବିଭାଗ କିନ୍ତୁ ଏହି ଘଟଣାକୁ ଅସ୍ୱୀକାର କରିବାରୁ ଗାଁ ଲୋକେ ଉତ୍ତ୍ୟକ୍ତ ହୋଇ ଦିଗପହଣ୍ଡି-ଆସିକା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଖବର ପାଇ ପାଟପୁର ଥାନା ଆଇଆଇସିଙ୍କ ସମେତ ବିଭିନ୍ନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା।

ଅନ୍ୟପଟେ ଶବ ବ୍ୟବଛେଦ ପରେ ହିଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ପୁଲିସ୍‌ ଜଣାଇଥିବା ଚୁଡଙ୍ଗପୁର ଗ୍ରାମର ସରପଞ୍ଚ ପ୍ରତିନିଧି ସୂଚନା ଦେଇଛନ୍ତି।

You might also like