ହାତୀ ନେଇଗଲା ୩ ଜୀବନ

ପଦମପୁର : ବରଗଡ଼ ଜିଲ୍ଲା ପଦମପୁର ଅଞ୍ଚଳରେ ହାତୀ ଆକ୍ରମଣ  ୩  ଜଣଙ୍କର ମୃତ୍ୟୁ ଘଟିଛି।  ୩ ଜଣଯାକ ଗୋଟିଏ ପରିବାରର।ମୃତକମାନେ ହେଲେ ପଦମପୁର ସହର ରଜାପଡ଼ା ସାହିର ହାତୀ ୭୫ ବର୍ଷୀୟ ବୃଦ୍ଧ ଦ୍ୱାରିକାନାଥ ପାଣ୍ଡେ, ତାଙ୍କର ବଡପୁଅ ମଲ୍ଲାଇ ପାଣ୍ଡେ (୪୫ ବର୍ଷ ) ଓ ୧୨ ବର୍ଷର ନାତି ଚିଣ୍ଟୁ ପାଣ୍ଡେ।

ମଲାଇ ଓ ତାଙ୍କ ପୁଅ ଚିଣ୍ଟୁ ଶୌଚ ପାଇଁ ଯାଇଥିବାବେଳେ ଦନ୍ତା ସାମ୍ନାରେ ପଡି ଯାଇଥିଲେ। ଫଳରେ ହାତୀ ସେମାନଙ୍କୁ ଦଳି ଦେଇଥିଲା । ପରେ ହାତୀ ମଲାଙ୍କ ଘର ଭାଙ୍ଗି ଭିତରେ ପଶି ଯାଇଥିଲା ।  ଘର ଭିତରେ ଶୋଇଥିବା ତାଙ୍କ ବାପା ଦ୍ୱାରିକାନାଥଙ୍କୁ  ବି ଦଳି ଦେଇଥିଲା।  ରକ୍ତମୁଖା ହାତୀକୁ କାବୁ କରିବା ଲାଗି ବନ ବିଭାଗ ଉଦ୍ୟମ ଜାରି ରଖିଛି।

You might also like