• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଅନୁଗୁଳ : ସାତକୋଶିଆ ଅଭିମୁଖେ ମହେନ୍ଦ୍ର ଓ ରାଜକୁମାର। ଆଜି ବଡ଼ି ଭୋରରୁ ଶିମିଳିପାଳର ଯଶୀପୁରରୁ ସାତକୋଶିଆ ଅଭିମୁଖେ ଯାତ୍ରା କରିଛନ୍ତି ଏ ଦୁଇ କୁମ୍‌କୀ ହାତୀ। ଏନ୍‌ଟିସିଏର ପରାମର୍ଶ ଅନୁଯାୟୀ ଉଭୟ ହାତୀଙ୍କୁ ସାତକୋଶିଆକୁ ଅଣାଯାଉଛି।

ବିବାଦ ଭିତରେ ଛନ୍ଦି ହୋଇଥିବା ସାତକୋଶିଆର ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ଆଗକୁ ନେବା ପୂର୍ବରୁ ଏନ୍‌ଟିସିଏ କିଛି ପଦକ୍ଷେପ ନେବାକୁ କହିଥିଲେ। ସେ ଅନୁଯାୟୀ ହାତୀଙ୍କୁ ସାତକୋଶିଆ ଅଣାଯାଉଛି। ଏଠି ଉଭୟ ହାତୀ ପାଟ୍ରୋଲିଂ ସହିତ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ହେବେ।

ବିଶେଷକରି ବାଘଙ୍କ ଉପରେ ନଜର ରଖିବାକୁ ହାତୀ ନିତାନ୍ତ ଆବଶ୍ୟକ। ସେଥିପାଇଁ କେବଳ ଶିମିଳିପାଳ ନୁହେଁ ଚନ୍ଦକା ଅଭୟାରଣ୍ୟରେ ଥିବା ନନ୍ଦ ଓ ଯଶୋଦାଙ୍କ ସମେତ କର୍ଣ୍ଣାଟକରୁ ମଧ୍ୟ ଦୁଇଟି ହାତୀ ସାତକୋଶିଆ ଆଣିବାକୁ ପ୍ରୟାସ ଚାଲିଛି।

ଏହାବାଦ୍ ସାତକୋଶିଆ ବାସିନ୍ଦାଙ୍କ ବିଶ୍ୱାସଭାଜନ, ଅଭୟାରଣ୍ୟକୁ ଶିକାରୀମୁକ୍ତ ଭଳି ପଦକ୍ଷେପ ଉପରେ ମଧ୍ୟ ସାତକୋଶିଆ କର୍ତ୍ତୃପକ୍ଷ କାର୍ଯ୍ୟ ଆରମ୍ଭ କରିଛନ୍ତି।  ତେବେ ବାଘୁଣୀ ସୁନ୍ଦରୀକୁ ଏବେ ଏନ୍‌କ୍ଲୋଜରରୁ ମୁକ୍ତ କରାଯିବ ନାହିଁ ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ ସୂଚନା ଦେଇଛନ୍ତି।

ଏପଟେ ସାତକୋଶିଆବାସୀ କିନ୍ତୁ ଏବେ ବି ନାରାଜ। ବାଘୁଣୀକୁ ପୁଣି ଜଙ୍ଗଲରେ ଛଡ଼ାଯିବା ଲାଗି ଯୋଜନା ହେଉଥିବା ଖବର ଶୁଣି ଅଞ୍ଚଳବାସୀ ଭୟଭୀତ । ସମସ୍ତ ବ୍ୟବସ୍ଥା ନ କରି ବାଘୁଣୀକୁ ଛଡ଼ାଗଲେ ପୁଣି ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି। ସେପଟେ ସୁନ୍ଦରୀକୁ ଯେତେ ଅଧିକ ଦିନ ଏନ୍‌କ୍ଲୋଜରରେ ରଖାଯିବ, ତାର ଜଙ୍ଗଲୀ ସ୍ୱଭାବ ସେତିକି ନଷ୍ଟ ହୋଇଯିବ ବୋଲି ଆଶଙ୍କା ପ୍ରକଟ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞା

ପୂର୍ବରୁ ଶିମିଳିପାଳରୁ ହାତୀ ମହେନ୍ଦ୍ର ଓ ରାଜକୁମାରକୁ ନେବାବେଳେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଏବେ ପୁଣି ଦୁଇ ହାତୀକୁ ସାତକୋଶିଆ ନିଆଯାଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Elephant-patrolling-in-satkosia-jungle
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories