ସୁନ୍ଦରଗଡ଼ରେ ହାତୀ ଉପଦ୍ରବ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ୍ ଜାମତଲିଆ ସେକ୍ସନର କଇଁସରା ଗାଁରେ ଗତକାଲି ୨ଟି ହାତୀ ପଶି ଥିଲେ। ହାତୀମାନେ ଗାଁ ଭିତରକୁ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ୪ଟି ଘର ମଧ୍ୟ ଭାଙ୍ଗି ଦେଇଥିଲେ। ଫଳରେ କାନ୍ଥ ପଡ଼ି ଘର ଭିତରେ ଶୋଇଥିବା ବେଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି।

ଗାଁରେ ହାତୀ ପଶିଥିବା ଖବର ପାଇ ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ଅଧିକାରୀଙ୍କ ସହ ବନ ବିଭାଗ କର୍ମଚାରୀ ଆସି ହାତୀକୁ ଘଉଡ଼ାଇ ଥିଲେ।

ଗତ କିଛି ଦିନ ହେବ ଏହି ଅଞ୍ଚଳରେ ଦୁଇଟି ହାତୀ ଉପଦ୍ରବ ଚଳାଇଛନ୍ତି।

You might also like