ଗାଁ ଲୋକଙ୍କ ରୋଷର ଶିକାର ହେଲେ ବିଧାୟିକା; କହିଲେ ଚାଲି ଚାଲି ଆସନ୍ତୁ ଦେଖିବେ କଣ କ୍ଷତି ହୋଇଛି
ମୟୂରଭଞ୍ଜ: ହାତୀ ଉପଦ୍ରବ ପାଇଁ ଚାଲିଲେ ବିଧାୟିକା। କରଞ୍ଜିଆ ବିଧାୟିକା ବାସନ୍ତି ହେମ୍ବ୍ରମଙ୍କୁ ସ୍ଥାନୀୟ ଲୋକେ ଚଲାଇ ଚଲାଇ ନେଇଛନ୍ତି। ଏଭଳି କିଛି ଘଟଣା ଘଟିଛି,ମୟୁରଭଜ ଜିଲ୍ଲା କରଞ୍ଜିଆ ଦୁଧିଆଣୀ ଅଞ୍ଚଳରେ।
ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଲୋକେ ରାସ୍ତା ଅବରୋଧ କରିଥିଲେ। ଏହି ସମୟରେ କରଞ୍ଜିଆ ବିଧାୟିକା ବାସନ୍ତି ହେମ୍ବ୍ରମ୍ ସେହି ରାସ୍ତା ଦେଇ ଯାଉଥିଲେ। ଲୋକେ ଏ ନେଇ ବିଧାୟିକାଙ୍କୁ ଜଣାଇବା ପରେ ସେ ସେଠୁ ଏଡ଼ାଇ ଚାଲି ଯିବାକୁ ଚେଷ୍ଟା କରିଥିଲେ। ତେବେ ଅଞ୍ଚଳବାସୀ ତାଙ୍କୁ ଗାଡ଼ିରୁ ଓହ୍ଲାଇ କ୍ଷତିଗ୍ରସ୍ତ ଅଞ୍ଚଳକୁ ଚଲାଇ ଚଲାଇ ନେଇଛନ୍ତି।
ତେବେ ଏତିପାଇଁ ସ୍ଥାନୀୟ ଲୋକେ ତାଙ୍କୁ ଚାଲିବାକୁ ବାଧ୍ୟ କରି ନାହାଁନ୍ତି ବରଂ ସେ ନିଜ ଇଚ୍ଛାରେ ଚାଲି ଚାଲି ସ୍ଥିତି ଦେଖିବାକୁ ଯାଇଥିଲେ ବୋଲି କହିଛନ୍ତି ବିଧାୟିକା। ଏନେଇ ବିଧାୟିକା ବାସନ୍ତି ହେମ୍ରମ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଲୋକମାନେ ମୋତେ ଚାଲିବାକୁ ଆଦୌ ବାଧ୍ୟ କରି ନାହାନ୍ତି। ମୁଁ ଚାହିଁଥିଲେ ଯାଇପାରିଥାନ୍ତି। କିନ୍ତୁ ସେମାନେ ଯେତେବେଳେ ଫରେଷ୍ଟରମାନଙ୍କୁ ଯେତେବେଳେ ଡାକିଲେ ସେତେବେଳେ ମୁଁ ସେମାନଙ୍କ ସହ ଯାଇଥିଲି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରକୃତରେ ତାଙ୍କର ଏକ ମିଟିଂ ଥିଲା। କିନ୍ତୁ ଲୋକ ଏକାଠୀ ହୋଇଥିବାର ଦେଖି ସେ ଘଟଣା ସ୍ଥଳକୁ ଯାଇଥିଲେ। ଲୋକଙ୍କ ସମସ୍ୟା ପଚାରିବାରୁ ସେମାନେ ହାତୀ ଉପଦ୍ରବ ସମସ୍ୟା କଥା କହିଥିଲେ। ସେମାନେ କହିଥିଲେ, ହାତୀ ଅନେକ ଦିନ ହେଲା ପାଖରେ ରହୁଛନ୍ତି। ସେମାନଙ୍କୁ ଘଉଡ଼ାଇବାକୁ ବ୍ୟବସ୍ଥା କରାଯାଉନାହିଁ। କେମିତି ହାତୀ ଘଉଡ଼ାଇବାକୁ ବ୍ୟବସ୍ଥା ହେବ ସେ ବିଷୟରେ ଲୋକେ ମୋତେ ଜଣାଇଥିଲେ। ତା ଛଡ଼ା ଲୋକଙ୍କ ସହିତ ଚାଲିବାର ଅସୁବିଧା କଣ ବୋଲି ବିଧାୟିକା କହିଛନ୍ତି।
ସୂଚନା ଥାଉକି, ଗତ ମାସେ ଧରି ତାଟ, କୁଂଜିଆ, ବିଉଁରିଆ, ନାକୁଡ଼ା ମତା, ଭଳି ଗାଁରେ ହାତୀ ମାତିଛନ୍ତି। ପନି ପରିବା, ଘର ଦ୍ୱାର ସହିତ କଦଳୀ ବଗିଚା ନଷ୍ଟ କରିଛନ୍ତି। ଏହାକୁ ନେଇ ଦୁଧିଆଣି ରେଞ୍ଜ ଅଫିସ ଘେରାଉ କରିବା ସହିତ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ଲୋକେ।