• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ଟ୍ରକ୍ ଚକା ତଳେ ଗଜରାଜର ଜୀବନ ଗଲା। ଲୌହ ଦାନବର ଶକ୍ତ ଧକ୍କାରେ ଜୀବନ ଯିବା ପରେ ରାସ୍ତାରେ ପଡ଼ି ରହିଛି ନିରବ, ନିସ୍ତେଜ ମୃତଦେହ। ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ୍ ଜୀବନଖୋଲ ନିକଟରେ ଗୁରୁବାର ଭୋରରୁ ଘଟିଥିବା ଏ ଦୁର୍ଘଟଣାର ଦୃଶ୍ୟ ଯେତିକି ହୃଦୟ ବିଦାରକ, ତାଠୁ ଆହୁରି ଚିନ୍ତାଜନକ ହେଉଛି ହାତୀ ସୁରକ୍ଷା ଲାଗି କେତେ ତତ୍ପର ଆମ ବ୍ୟବସ୍ଥା ଓ ନିୟମ?

ରାତି ପ୍ରାୟ ୩ଟା ୨୦ ୫୫ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରୁଥିଲେ ୨୫ରୁ ଅଧିକ ହାତୀ  ଏହି ସମୟରେ ଢେଙ୍କାନାଳରୁ ଅନୁଗୁଳ ଅଭିମୁଖେ ଦୃତ ଗତିରେ ମାଡ଼ି ଆସିଥିଲା ଗୋଟିଏ ୧୨ ଚକିଆ ଟ୍ରକ୍। ରାସ୍ତା ପାର ହେଉଥିବା ହାତୀ ପଲଙ୍କୁ ଖୁବ୍ ଜୋର୍‌ରେ ଧକ୍କା ଦେଇଥିଲା ବୋଲି ଦୁର୍ଘଟଣସ୍ଥଳର ଅବସ୍ଥିତିକୁ ଦେଖିଲେ ବେଶ୍ ଠଉରାଇ ହେଉଛି।

ଦୁର୍ଭାଗ୍ୟବଶତଃ ଛୁଆ ହାତୀଟି ଟ୍ରକ୍ ଚକା ତଳେ ଚାପି ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲା ଅନ୍ୟ ଏକ ଦନ୍ତା ହାତୀ। ହେଲେ ଦୁର୍ଘଟଣାରେ ଧକ୍କା ଖାଇଥିବା ଦନ୍ତା ହାତୀର ଗୋଟିଏ ଭଙ୍ଗା ଦାନ୍ତ ମିଳିଥିବାରୁ ସେ ବି ଗୁରୁତର ଥିବା ଅନୁମାନ କରାଯାଉଛି।

ଏପଟେ ଏ ଦୁର୍ଘଟଣା ପରେ ଭୁଲ କାହାର, ତାକୁ ନେଇ ଆରମ୍ଭ ହୋଇଛି ତନାଘନା। ଜାତୀୟ ରାଜପଥ ନିକଟରେ ହାତୀଙ୍କ ଉପସ୍ଥିତି ନେଇ ଲୋକେ ବନ ବିଭାଗକୁ ଖବର ଦେଇଥିଲେ ବି ବିଭାଗ ଏଥିପ୍ରତି ଦୃଷ୍ଟି ଦେଇନଥିଲେ। ଏଥିପାଇଁ ସ୍ଥାନୀୟ ଲୋକେ ସିଧାସଳଖ ବନ ବିଭାଗକୁ ଦାୟୀ କରିଛନ୍ତି।

ସେପଟେ ହାତୀ ଚଳପ୍ରଚଳ କରୁଥିବା ଏ ରାସ୍ତାରେ ସାଇନ ବୋର୍ଡ ଥାଇ ବି ଗାଡ଼ି ଚାଳକ ବେପାରୁଆ ଗାଡ଼ି ଚାଳନା କରୁଥିବାରୁ ସେମାନଙ୍କ ଉପରେ ଆଙ୍ଗୁଳି ଉଠାଇଛି ବନ ବିଭାଗ। ଦୁର୍ଘଟଣାକୁ ନେଇ କିନ୍ତୁ ମୁହଁ ଖୋଲି ନାହାନ୍ତି ବନ ବିଭାଗର ଉଚ୍ଚ ଅଧିକାରୀ। ସେପଟେ ହାତୀ କରିଡର ଭିତରେ ଦିନ ଦିପହରେ ଖଣି ବ୍ଲାଷ୍ଟିଂ, ହାତୀଙ୍କୁ ମରଣ ମୁହଁକୁ ଠେଲି ଦେଉଥିବା କହିଛନ୍ତି ବନ୍ୟ ଜନ୍ତୁ ସୁରକ୍ଷା କର୍ମୀ।

ଜଙ୍ଗଲୀ ହାତୀଙ୍କୁ ସୁରକ୍ଷିତ ରାସ୍ତା ପାର ସହ ଏମାନଙ୍କ ଚଳପ୍ରଚଳ ଉପରେ ବି ନିଘା ରଖିବାକୁ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ରହିଛି। ହେଲେ ଚିନ୍ତାଜନକ ଅଭିଯୋଗ ହେଉଛି, ଏ ଅଞ୍ଚଳ ପୋଡ଼ାପୋଡ଼ା ନା ଗଦାଶିଳା କେଉଁ ସେକ୍ସନ ଅଧିନରେ ଅଛି। ତାକୁ ନେଇ ବନ ବିଭାଗ ମଧ୍ୟରେ ବିବାଦ ଲାଗି ରହିଥିବାରୁ ହାତୀଙ୍କ ଉପସ୍ଥିତି ସୂଚନା ପାଇ ବି କେହି ବନ ବିଭାଗ କର୍ମଚାରୀ ପହଞ୍ଚିନଥିବାରୁ ଏ ଦୁର୍ଘଟଣା ଘଟିଲା।

Elephant-killed-another-injured-in-truck-accident-in-dhenkanal
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories