ସୋଶାଲ ମିଡ଼ିଆରେ ଭାଇରାଲ ହାତୀଙ୍କ ଶବ ଶୋଭାଯାତ୍ରା ଦୃଶ୍ୟ

ଭୁବନେଶ୍ୱର : ପଶୁ ହେଲେ ବି ବିବେକ ଅଛି। ସମ୍ବେଦନ ଅଛି। ମଣିଷ ମାନଙ୍କ ଭଳି ସେମାନେ ବି ସଂପର୍କର ମୂଲ୍ୟ ବୁଝି ପାରନ୍ତି। ଆଉ ଭାବର ଆଦାନ ପ୍ରଦାନ କରନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ଯାହାକି ସମସ୍ତଙ୍କୁ ଚକିତ କରିବ। ଆପଣ ବିଶ୍ୱାସ କରିପାରିବେନି ଏମିତି ହୋଇଥାଇପାରେ ବୋଲି । କିନ୍ତୁ ଏଭଳି ଏକ ଘଟଣା ଘଟିଛି।

ଛୁଆ ହାତୀର ମୃତଦେହ ଧରି ହାତୀମାନେ ଶୋଭାଯାତ୍ରାରେ ଯିବା ଭଳି ଦୃଶ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ବନ ଅଧିକାରୀ ତଥା ଆଇଏଫ୍ଏସ ପ୍ରବୀଣ କାଶଓ୍ୱନ ଏହି ଭିଡିଓଟି ଟ୍ୱିଟରରେ ପୋଷ୍ଟ କରିଛନ୍ତି। ଏହାସହ ସେ ଲେଖିଛନ୍ତି ଯେ, ଖାଲି ମଣିଷ ଶବ ଶୋଭାଯାତ୍ରା କରନ୍ତି ନାହିଁ, ପଶୁମାନଙ୍କ କ୍ଷେତ୍ରରେ ବି ଏଭଳି ଘଟଣା ଦେଖିବାକୁ ମିଳିଥାଏ। ବିଶେଷ କରି ହାତୀମାନେ ଅଧିକ ସ୍ନେହୀ ଓ ଏମାନଙ୍କ ମଧ୍ୟରେ ଫ୍ୟାମିଲି ବଣ୍ଡିଂ ଅଧିକ ଥାଏ ବୋଲି ସେ କହିଛନ୍ତି।

ବନ ଅଧିକାରୀଙ୍କର ଟ୍ୱିଟରରେ ପୋଷ୍ଟ ହୋଇଥିବା ଏହି ଭିଡିଓଟିକୁ ବହୁତ ଲୋକ ପସନ୍ଦ କରିଛନ୍ତି। ଆଉ ପଶୁ ମାନେ ମଧ୍ୟ ନିଜର ପ୍ରିୟ ପରିଜନର ଦୁଃଖକୁ ଅନୁଭବ କରନ୍ତି ବୋଲି ଏଥିରୁ ଜଣାପଡିଛି।

ଆହୁରି ପଢ଼ନ୍ତୁ

ଡିପ୍ଲୋମା ଛାତ୍ରଙ୍କ ସ୍ୱତନ୍ତ୍ର ପ୍ରୟାସ ; ତିଆରି କଲେ ଅଟୋମେଟେଡ୍ ସୋଲାର ସ୍ପ୍ରେ ମେଶିନ

୬ ବର୍ଷର ବିସ୍ମୟ ବାଳକ ; ପଢୁଛନ୍ତି ଭାଗବତ

ଏୟାରପୋର୍ଟରେ ଚେକିଂ ବେଳେ ବ୍ୟାଗ୍ ଭିତରୁ ମିଳିଲା ୫ ମାସର ଶିଶୁ !

ଆର୍‌ଟିଓ ଅଫିସରେ ଚାଲିଛି ଦଲାଲ୍‌ଙ୍କ ରାଜ୍‌

ଅଶୋକ ଓ ଅନ୍‌ସାରୀଙ୍କ ଫଟୋ ପଛର ଅସଲ କାହାଣୀ ଜାଣିଛନ୍ତି କି ?

ସଂଗୀତ ମନସ୍କ ସରୋଜିନୀ ; ପରିଣତ ବୟସରେ ବି ତୁଟିନି ସଂଗୀତ ପ୍ରତି ମୋହ

ଜଣେ ଚାଷୀଙ୍କ ଅଭିନବ ପ୍ରୟାସ ; ତିଆରି କଲେ ବ୍ୟାଟେରି ଚାଳିତ ସାଇକେଲ

ବେଶରେ ପୁରାପୂରି ଘରଣୀ, ହେଲେ ପେଶାରେ ଅଟୋ ଡ୍ରାଇଭର

ଭାରତର ଚନ୍ଦ୍ରମିଶନ ଏକ ଗବେଷଣାତ୍ମକ ବିଶ୍ଲେଷଣ

ଓଡ଼ିଆ କିନ୍ନର ହେଲେ ଭାରତର ଏକ ନମ୍ବର ଉବେର ଚାଳକ

୧୨ ବର୍ଷିୟ ଜଗନ୍ନାଥଙ୍କ ଅପୂର୍ବ ଦକ୍ଷତା ; ପାଟି ସାହାଯ୍ୟରେ ବଜାଉଛନ୍ତି ବାଜା

ଗପ ନୁହେଁ ସତ କାହାଣୀ ; ବିଧବା ବୋହୂର ବାହାଘର କଲେ ଶାଶୂ

You might also like