୧୦ ଘଣ୍ଟାରୁ ଅଧିକ ସମୟ ଧରି ନଈ ଭିତରେ ଫସି ରହିଛନ୍ତି ହାତୀପଲ

କଟକ : ୧୦ ଘଣ୍ଟାରୁ ଅଧିକ ସମୟ ହେଲାଣି ନଈ ଭିତରେ ଫସି ରହିଛନ୍ତି ହାତୀପଲ। ମହାନଦୀ ମଝିରେ ୧୧ଟି ହାତୀ ଫସି ରହିଥିବା ଜଣାପଡ଼ିଛି।

କଟକ ଭଗିପୁର ମହାନଦୀ ପାର ହେଉଥିବାବେଳେ ହାତୀପଲ ସେଠାରେ ଫସି ଯାଇଛନ୍ତି। ନଦୀ ପାର ହୋଇ ଆସିପାରୁ ନାହାନ୍ତି। କାରଣ ମଝିରେ ପାଣି ରହିଛି ଏବଂ ନଈର ସୁଅ ମଧ୍ୟ ପ୍ରଖର ଅଛି। ତେଣୁ ନଦୀ ଡେଇଁ ହାତୀମାନେ ସୁକାଶନ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଆସି ପାରୁ ନାହାନ୍ତି।

ହାତୀ ପଲକୁ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ବନବିଭାଗର କର୍ମଚାରୀ ପହଞ୍ଚିଛନ୍ତି। ହାତୀମାନେ ଯେପରି ଠିକ୍‌ରେ ନଦୀ ପାର୍ ହୋଇ ଏପଟକୁ ଆସିପାରିବେ କିମ୍ବା ଆରପଟେ ଜଙ୍ଗଲକୁ ଫେରିବେ, ତାର ବ୍ୟବସ୍ଥା କରୁଛନ୍ତି ବନ ବିଭାଗ କର୍ମଚାରୀ।

 

You might also like