ବିପଦରେ ଗଜରାଜ; ପୁଣି ଗଞ୍ଜାମରୁ ମିଳିଲା ଆଉ ଏକ ଦନ୍ତା ହାତୀର ମୃତଦେହ

ଗଞ୍ଜାମ: ପୁଣି ଥରେ ବିପଦରେ ଗଜରାଜ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତାରାସିଂ ରେଞ୍ଜରୁ ମିଳିଛି ଆଉ ଏକ ଦନ୍ତା ହାତୀର ମୃତଦେହ।

ତାରାସିଂ ରେଞ୍ଜ୍ ବାରଦଣ୍ଡା ଢେପସାହି, କୋକଳବା ନାଳ ନିକଟରୁ ହାତୀର ମୃତଦେହ ମିଳିଛି। ତେବେ ହାତୀର ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।

ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛନ୍ତି।

ସୂଚନାଥାଉ କି, ଗତକାଲି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟ ଚନ୍ଦ୍ରଗିରି ରେଞ୍ଜ ଗଡ଼ ସାମନ୍ତପୁର ବିଟ୍‌ରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା। ହାତୀଟିକୁ କେହି ଗୁଳି କରି ହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ହାତୀଟିର ବେକ ମଧ୍ୟ କଟା ଯାଇଥିବା ଜଣାପଡ଼ିଥିଲା।

ସେହିପରି ଗତ ସପ୍ତାହରେ ଆଠଗଡ଼ରୁ ମଧ୍ୟ ହାତୀର ମୃତଦେହ ମିଳିଥିଲା। ଗତ କିଛି ଦିନ ଧରି ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।

You might also like