ବଣୁଅା ହାତୀ ଅାତଙ୍କ

ହାତୀ ଭୟରେ ଲୋକେ ରାତି ଅନିଦ୍ରା

କେନ୍ଦୁଝର  : ନିଦ ହଜାଇ ଦେଇଛି ବଣୁଅା ହାତୀ । ୨୨ରୁ ଅଧିକ ହାତୀ ଅାସି ଉତ୍ପାତ ଚଳାଇଛନ୍ତି । ଦିନେ କି ଅଧେ ନୁହେଁ, ଗତ ତିନ ଦିନ ହେଲା ହାତୀ ଉପଦ୍ରବ ଯୋଗୁଁ ଲୋକେ ଅାତଙ୍କିତ । ଜୀବନ ବିକଳରେ ଛୋଟ ଛୁଅାଙ୍କଠୁ ଅାରମ୍ଭ କରି ମହିଳା ଓ ଲୋକ ସମସ୍ତେ ରାତି ଅନିଦ୍ରା । ଏବେ ଏମିତି ଭୟଭୀତ ଅବସ୍ଥାରେ ଅଛନ୍ତି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଳକର ନହବେଡା ଗାଁର ଲୋକେ । ଫସଲ ବଞ୍ଚାଇବା ଲାଗି ରାତି ଅଧରେ ହାତୀ ଘଉଡାଇବାରେ ଲାଗିଛନ୍ତି ଶହ ଶହ ଗ୍ରାମବାସୀ।

କେବଳ ନହବେଡା ନୁହେଁ, ଫୁଲଚୁଡା, ମାଙ୍କଡ଼ଚୁଅା, ଖେଣ୍ଡରା, ଫକୀରପୁର ଓ ସୁଲୁଗୁଡ଼ାରେ ମଧ୍ୟ ସମାନ ସ୍ଥିତି । ସେପଟେ ହାତୀ ଉପଦ୍ରବ କଥାକୁ ସ୍ୱୀକାର କରିବା ସହ କ୍ଷୟକ୍ଷତିର ଅାକଳନ କରି କ୍ଷତିପୂରଣ ଦେବାକୁ କହିଛନ୍ତି ଫରେଷ୍ଟର।

You might also like