ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ହାତୀ ଉପଦ୍ରବ କରି ଫେରି ଯାଇଛନ୍ତି ସତ, କିନ୍ତୁ ନଷ୍ଟ କରିଛନ୍ତି ବହୁ ଘର ଓ ଚାଷ ଜମି। ଏହାକୁ ଭରଣ କରିବାରେ ପ୍ରଶାସନ ମଧ୍ୟ ଫେଲ୍ ମାରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ହାତୀ ଘର ଭାଙ୍ଗିଛନ୍ତି ବୋଲି ସ୍ୱୀକାର କରିଥିଲେ ଅତିରିକ୍ତ ତହସିଲଦାର। ସେମାନଙ୍କୁ ତୁରନ୍ତ ପଲିଥିନ୍ ଦେବା ସହ ସହାୟତା ରାଶି ଯଥାଶୀଘ୍ର ଯୋଗାଇ ଦିଅାଯିବ ବୋଲି କହିଥିଲେ। ହେଲେ ବାସ୍ତବ ସ୍ଥିତି ପୂରା ଅଲଗା। ଖୋଲା ଅାକାଶ ତଳେ ଶୋଇଛନ୍ତି କାର୍ତ୍ତିକଙ୍କ ପରିବାର।
ବାଲେଶ୍ୱର ଜିଲ୍ଲା ନୀଳଗିରି ହାତିୟାଶିନୀ ଗାଁର କାର୍ତ୍ତିକ ସିଂ । ତାଙ୍କର ଭଙ୍ଗା ଛପର ଘର ଗତ ୧୩ ତାରିଖରେ ଝାଡଖଣ୍ଡୀ ହାତୀ ପଲ ଅାସି ଭାଙ୍ଗି ଦେଇଥିଲେ। ଏଥିସହ ସୁନାର ଫସଲ ମଧ୍ୟ ନଷ୍ଟ କରିଦେଇଥିଲେ। ରାଜ୍ୟ ସରକାର କିନ୍ତୁ ଅାଜି ପର୍ଯ୍ୟନ୍ତ ସହାୟତା ଦେଇ ନଥିବା ଅଭିଯୋଗ ହୋଇଛି।
ସମାନ ଅବସ୍ଥା ସାନିଅା ସିଂଙ୍କର। ହାତୀ ଘର ଭାଙ୍ଗି ଛିନ୍ଛତ୍ର କରିଦେଇଛି। ଅାସବାବ ପତ୍ର ମଧ୍ୟ ନଷ୍ଟ କରିଦେଇଛି। ବନ କର୍ମଚାରୀ ଅାସି କ୍ଷତିପୂରଣ ତୁରନ୍ତ ଦିଅାଯିବ ବୋଲି କହିଥିଲେ। କିନ୍ତୁ ଅାଜି ପର୍ଯ୍ୟନ୍ତ ପଲିଥିନ୍ ଖଣ୍ଡେ ମଧ୍ୟ ଦେଇନଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏନେଇ ବନବିଭାଗ କ୍ଷୟକ୍ଷତି ଅାକଳନ କରିବା ପରେ କ୍ଷତିପୂରଣ ଦିଅାଯିବ ବୋଲି କହିଛନ୍ତି ତହସିଲଦାର।