ବିଦ୍ୟୁତ୍‌ ଆଘାତରେ ହାତୀ ମୃତ

ଢେଙ୍କାନାଳ : ଢେଙ୍କାନାଳରେ ବିଦ୍ୟୁତ୍‌ ଆଘାତରେ ପୁଣି ଏକ ହାତୀର ମୃତ୍ୟୁ। ହିନ୍ଦୋଳ ରେଞ୍ଜ ଦୁଦୁରକୋଟ ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଛି। ବାର୍‌ହା ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାରରେ ଲାଗି ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ।

ହାତୀର ମୃତ ଦେହ ଦୁଦୁରକୋଟ ଜଙ୍ଗଲରେ ପଡିରହିଛି। ଘଟଣା ସମ୍ପର୍କରେ ବନ ବିଭାଗକୁ ଖବର ଦିଆଯାଇଥିବା ବେଳେ ଏ ଯାଏଁ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ନାହାନ୍ତି। ପୂର୍ବରୁ କିଛି ଦିନ ତଳେ ଢେଙ୍କାନାଳରେ ବିତ୍ୟୁତ୍‌ ଆଘାତରେ ୭ ଟି ହାତୀର ମୃତ୍ୟୁ ହୋଇଥିଲା।

ତେବେ ପୁଣି ଥରେ ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି।

You might also like